Latest Odisha News

ଥାନା ପରିସରରେ ପଡ଼ି ରହିଥିବା ଶହ ଶହ ଗାଡିର ହେଲା ନିଲାମ

ଭୁବନେଶ୍ୱର: ବୁଧବାର ଭୁବନେଶ୍ୱର ପୁଲିସ ବିଭିନ୍ନ ଥାନା ପରିସରରେ ପରିତ୍ୟକ୍ତ ହୋଇ ପଡ଼ିଥିବା ବହୁ ସଂଖ୍ୟକ ଗାଡ଼ିକୁ ଉଚ୍ଛେଦ କରିଛି। ସମୟ କ୍ରମେ ଦାବି ବିହୀନ ହୋଇ ପଡ଼ିଥିବା ଏହି ଗାଡି ଗୁଡ଼ିକ କେବଳ ଜାଗା ନେଉନଥିଲା ବରଂ ଷ୍ଟେସନ ପରିବେଶରେ ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରୁଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଚକିଆ, ତିନି ଚକିଆ ଓ ଚାରି ଚକିଆ ଯାନକୁ ମିଶାଇ ସମୁଦାୟ ୬୯୩ଟି ଗାଡ଼ି ରହିଛି। ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ପ୍ରକୃତ ମାଲିକଙ୍କୁ ଖୋଜିବା ପାଇଁ କମିସନରେଟ୍ ପୁଲିସ ଉଦ୍ୟମ କରିଥିଲେ ମଧ୍ୟ ଏହି ଗାଡ଼ିଗୁଡ଼ିକର ପ୍ରକୃତ ମାଲିକ ମିଳିପାରିନଥିଲା।

ଡିସିପି ପ୍ରତୀକ ସିଂହ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଜବତ ହୋଇଥିବା ଗାଡିଗୁଡ଼ିକର ମାଲକ କିଏ ଜଣାପଡୁନଥିଲା। ଏହାପରେ ପୁଲିସ ଗାଡ଼ିଗୁଡ଼ିକୁ ନିଲାମ କରିବା ପାଇଁ ପଦକ୍ଷେପ ନେଇଛି। ଦୁଇ ଚକିଆ ଯାନ: ୬୬୬, ତିନି ଚକିଆ ଯାନ: ୯, ଚାରି ଚକିଆ ଯାନ: ୧୮ଟି ନିଲାମି କରାଯାଇଛି। ଦୀର୍ଘଦିନ ଧରି ଲାଗି ରହିଥିବା ଜନ ଅଭିଯୋଗର ସମାଧାନ ଏବଂ ଥାନା ପରିସରକୁ ସୁନ୍ଦର କରିବାକୁ ଯାଇ ଏହି ପଦକ୍ଷେପ ନିଆଯାଇଛି।

Comments are closed.