Latest Odisha News

ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ମିଲଟନ୍

ନୂଆଦିଲ୍ଲୀ: କ୍ୟାଟେଗୋରୀ-ଥ୍ରୀର ଭୟଙ୍କର ରୂପ ନେଇ ଫ୍ଲୋରିଡା ଉପକୂଳରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ମିଲଟନ୍। ଘଣ୍ଟାପ୍ରତି ୨ଶହ କିମିରୁ ଅଧିକ ବେଗରେ ବହିଲା ପବନ । ଫ୍ଲୋରିଡାର ସାରସୋଟା ନିକଟ ଏକ ଉପଦ୍ବୀପ ସିଏଷ୍ଟା-କି ଅଞ୍ଚଳରେ ଲ୍ୟାଣ୍ଡଫଲ କରିଛି ସାମୁଦ୍ରିକ ଝଡ଼ ମିଲଟନ୍ ।

ଲ୍ୟାଣ୍ଡଫଲ ବେଳେ ସାମୁଦ୍ରିକ ଝଡ଼ ମିଲଟନ୍ କାଟାଗୋରି ୫ ବାତ୍ୟାରୁ କାଟାଗୋରି ୩ରେ ପରିଣତ ହୋଇସାରିଥିଲା । ତେଣୁ ପବନର ବେଗ ଅପେକ୍ଷାକୃତ କମିଯାଇଥିବା ନେଇ ସୂଚନା ମିଳିଛି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୨୦୦ କିଲୋମିଟର ପ୍ରତି ଘଣ୍ଟା ଥିଲା । ସେପଟେ ବାତ୍ୟା ଦ୍ବାରା ପ୍ରାୟ ୧୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଛି ପ୍ରଶାସନ । ମିଲଟନର ତାଣ୍ଡବରେ ଅନେକ ସ୍ଥାନର ତଳିଆ ଅଞ୍ଚଳରେ ପାଣି ଭରିରହିଛି । ରାସ୍ତାରେ ଗଛ ଓ ବିଲ୍‌ବୋର୍ଡ ସବୁ ଭାଙ୍ଗି ପଡ଼ିଛି । ଅନେକ ଅଞ୍ଚଳରେ ବିଜୁଳି ସଂଯୋଗ ବିଛିନ୍ନ ରହିଛି ।

କହିରଖୁଛୁ ଯେ, ୧୫ଦିନ ଭିତରେ ଦୁଇ ଦୁଇଟି ବତ୍ୟାର ସମ୍ନା କରି ସାରିଲାଣି ଫ୍ଲୋରିଡା । ଫ୍ଲୋରିଡା ପ୍ରଦେଶରେ ଗତ ୧୫ ଦିନ ପୂର୍ବରୁ ମାଡ଼ ହୋଇଥିଲା ବାତ୍ୟା ‘ହେଲେନ୍‌’ । ଏଥିରେ ୨୨୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଏବେ ପୁଣି ଏକ ବାତ୍ୟା ମାଡ଼ ହେବାରୁ ଅଞ୍ଚଳର ଦୁର୍ଦ୍ଦଶା ବଢ଼ିଯାଇଛି ।

Leave A Reply

Your email address will not be published.