ବ୍ରହ୍ମପୁର: ମୁମ୍ବାଇରେ ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀଙ୍କୁ ଗିରଫ କରିଛି ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିଗପହଣ୍ଡି ଥାନା ମଳାଭଞ୍ଜା ଗ୍ରାମର ମମତା ସାହୁଙ୍କ ପୁରୁଷୋତ୍ତମପୁର ଥାନା ଗଙ୍ଗାଦହଣି ଗ୍ରାମର ତୋଫାନ ଭୁୟାଁଙ୍କ ମଧ୍ୟରେ ଗତ ୨୦୧୭ ମେ’ ୪ ତାରିଖରେ ବିବାହ ହୋଇଥିଲା। ବିବାହ ସମୟରେ ନଗଦ ୫୦ ହଜାର ଟଙ୍କା, ସୁନା ଚେନ, ସୁନା ମୁଦି ଏବଂ ଅନ୍ୟାନ୍ୟ ସମସ୍ତ ଘରକରଣା ଯୌତୁକ ଆକାରରେ ଦିଆଯାଇଥିଲା। ବିବାହ ପରଠାରୁ ଅଧିକ ଯୌତୁକ ପାଇଁ ମମତାଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେଉଥିଲେ । ପରେ ମମତାଙ୍କୁ ଧରି ତୋଫାନ ମୁମ୍ବାଇ ନେଇଯାଇଥିଲେ । ଗତ ଜୁଲାଇ ୧୭ ତାରିଖରେ ମମତା ଆତ୍ମହତ୍ୟା କରିଥିବା ନେଇ ତାଙ୍କ ପରିବାର ବର୍ଗଙ୍କୁ ତୋଫାନ ଫୋନ୍ରେ କହିଥିଲେ । ଏଥିରେ ସନ୍ଦେହ ପ୍ରକାଶ କରି ମମତାଙ୍କ ମା’ ଶୋଭା ଏନେଇ ମୁମ୍ବାଇରେ ରହୁଥିବା କେତେକ ସଂପର୍କୀୟଙ୍କୁ ଯୋଗାଯୋଗ କରିଥିଲେ । ସେମାନେ ମମତାଙ୍କ ପାଖକୁ ଯାଇ ତାଙ୍କ ଶବ ଦେଖିବା ପରେ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ । ଏନେଇ ମମତାଙ୍କ ମାଆ ଶୋଭା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରିଥିଲା। ଅନ୍ୟପଟେ ମୁମ୍ବାଇର ବିନୋବାଭାବେ ନଗର ଥାନାରେ ମଧ୍ୟ ଏକ ମାମଲା ହୋଇଥିଲା। ତୋଫାନ୍ ଗାଁକୁ ଫେରିବା ପରେ ଦିଗପହଣ୍ଡି ପୋଲିସ ତାଙ୍କୁ ଗିରଫ କରିଛି। ବିବାହ ସମୟର ଫଟୋ ଏବଂ ଯୌତୁକ ସାମଗ୍ରୀର ତାଲିକା ଜବତ କରିଛି। ଖୁବ୍ ଶୀଘ୍ର ଦିଗପହଣ୍ଡି ପୋଲିସର ଏକ ଟିମ୍ ମୁମ୍ୱାଇ ଯାଇ ସେଠାକାର ଅପମୃତ୍ୟୁ ମାମଲାର କାଗଜପତ୍ର ଏବଂ ମମତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ସଂଗ୍ରହ କରିବ ବୋଲି ଦିଗପହଣ୍ଡି ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା କହିଛନ୍ତି।
BREAKING NEWS
- ଜାତିସଂଘ ଉପରେ ବିଶ୍ୱାସ ଅଛି, ଟ୍ରମ୍ପଙ୍କ ଶାନ୍ତି ବୋର୍ଡ ଦରକାର ନାହିଁ: ସ୍ପେନ
- ରାଉରକେଲା ବିମାନ ଦୁର୍ଘଟଣା: ପାଇଲଟ ତରୁଣ ଶ୍ରୀବାସ୍ତବ ସୁସ୍ଥ ହୋଇ ଫେରିଲେ
- ସୁଯୋଗ ହାତଛଡା କରୁଛନ୍ତି ସଞ୍ଜୁ ସାମସନ
- ‘Border 2’ ରିଲିଜ ପରେ ମନକଥା କହିଲେ ଦିଲଜିତ୍…
- ଫିଟ ଅଛନ୍ତି ତ ବୁମରାହ, ଚିନ୍ତା ବଢ଼ାଇଲା
- Maoists Surrender: ୪୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ
- ବିଜେଡି ଛାଡ଼ି ବିଜେପିରେ ମିଶିଲେ ପାଟଣାଗଡ଼ ଏନ୍ଏସି ଉପାଧ୍ୟକ୍ଷଙ୍କ ସମେତ ୭ କାଉନ୍ସିଲର
- ଧାନ ସଂଗ୍ରହରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାଗୁଡ଼ିକ ବହୁତ ପଛରେ: ବିଜେଡି
- ଦୁନିଆରେ ମାନବ ସମାଜ ଠାରୁ ଅଧିକ ହେବ ରୋବୋଟ ସଂଖ୍ୟା..
- ବାଂଲାଦେଶ ବିପକ୍ଷରେ ଆଇସିସି ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ
Comments are closed.