ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଗୋଟିଏ ପରେ ଆଉ ଗୋଟିଏ ଗାଁକୁ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗତ ୩ ଦିନ ଭିତରେ ବେନ୍ଦାଳିଆ ଗ୍ରାମରେ ୫ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। କେତେକ ଆକ୍ରାନ୍ତଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି। ପୂର୍ବରୁ ଲାଠି ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଥିଲା । ଏବେ ଏହାର ପଡ଼ୋଶୀ ଗ୍ରାମ ବେନ୍ଦାଳିଆକୁ ବ୍ୟାପିଛି। ଏହାକୁ ନେଇ ଜିଲା ସ୍ବାସ୍ଥ୍ୟ ବିଭାଗ ଚିନ୍ତାରେ ପଡ଼ିଯାଇଛି। କୁକୁଡାଖଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମାବସୀଙ୍କୁ ସଚେତନ ସହ ଉଭୟ ଗ୍ରାମରେ ହାଲେଜେନ ବଟିକା ବଣ୍ଟନ କରାଯାଇଛି।
ପ୍ରାୟ ୭ ଦିନ ପୂର୍ବେ ଲାଠି ଗ୍ରାମର ଗୌଡ ସାହିର ଗୋଟିଏ ପରିବାରର ଏକାଧିକ ଝାଡାବନ୍ତିରେ ଆକ୍ରାନ୍ତ ହୋଇଥିଲେ । ଏହା ପରେ ଜଣକ ପରେ ଜଣେ ଭାବେ ମାତ୍ର ସପ୍ତାହେ ଭିତରେ ଗ୍ରାମରେ ୪୦ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଆକ୍ରାନ୍ତଙ୍କ ମଧ୍ୟରେ ଶିଶୁ, ମହିଳା ଓ ବୃଦ୍ଧ ବୃଦ୍ଧା ମଧ୍ୟ ରହିଥିଲେ । ସେମାନଙ୍କ ମଧ୍ୟରୁ କେତେକଙ୍କୁ କୁକୁଡାଖଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଏମକେସିଜିରେ ଚିକିତ୍ସା କରାଯାଇଥିଲା। ଲାଠି ଗ୍ରାମର ଅଧିକାଂଶ ରୋଗୀ ସୁସ୍ଥ ହୋଇଥିଲେ । ଏବେ କିନ୍ତୁ ପଡ଼ୋଶୀ ବେନ୍ଦାଳିଆ ଗ୍ରାମକୁ ବ୍ୟାପିଛି। ଦିନକୁ ଦିନ ରୋଗୀ ସଂଖ୍ୟା ବଢିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାପିଡ ଆକ୍ସନ ଟିମ ଗଠନ କରାଯାଇ ଉଭୟ ଗ୍ରାମରେ ସ୍ବାସ୍ଥ୍ୟ ଶିବିର ଓ ସଚେତନତତା ଆରମ୍ଭ ହୋଇଥିଲା। ବର୍ତ୍ତମାନ ବେନ୍ଦାଳିଆ ଗ୍ରାମର ୩ ଜଣ ଆକ୍ରାନ୍ତ ଏମକେସିଜିରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସେହିପରି ଆଉ କିଛି ରୋଗୀ ଏମକେସିଜି ଛାଡି ଘରୋଇ ଚିକିତ୍ସାଳୟକୁ ଚାଲିଯାଇଛନ୍ତି। ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଭୟ ଗ୍ରାମର ୪ ଆକ୍ରନ୍ତଙ୍କ ଘରୁ ପାନୀଳ ଜଳ ନମୁନା ସଂଗ୍ରହ କରାଯାଇଥିଲା। ନମୁନା ପରୀକ୍ଷା ପରେ ପାଣିରେ ଦୂଷିତ ତଥା ମଇଳା ପଦାର୍ଥ ମିଶିଥିବା ଜଣାପଡ଼ିଥିଲା। ପାନୀୟ ଜଳ ଦୂଷିତ ହେବା ପରେ ସେହି ପାଣି ବ୍ୟବହାର କରିଥିବା ପରିବାର ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। ସେହିକ୍ରମରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ବିଛା ଯାଇଥିବା ପାଇପ ଲାଇନ ଦ୍ୱାରା ଦୂଷିତ ପଦାର୍ଥ ପାଣିରେ ମିଶିଥିବା ସନ୍ଦେହ କରାଯାଉଛି। ଜଳ ପରୀକ୍ଷା ସହ ପାଇପ ଲାଇନ ଯାଞ୍ଚ କରିବାକୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଥିଲା। ଉଭୟ ଗ୍ରାମରେ ଆଶାକର୍ମୀ ଏବଂ ଅଙ୍ଗନବାଡି କର୍ମୀମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରୁଥିବା କୁକୁଡାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ରାମଚନ୍ଦ୍ର ମହାପାତ୍ର କହିଛନ୍ତି।
BREAKING NEWS
- ଆମେରିକୀୟ ଗୁଇନ୍ଦା: ୱାଶିଂଟନ୍ ଉପରକୁ ବୋମା ଆକ୍ରମଣ କରିବାକୁ ଯୋଜନା କରୁଛି ଇରାନ !
- UP assembly polls 2027: ୧୮୧ ଆସନ ପାଇଁ କଂଗ୍ରେସର ଦାବି, ଅଡୁଆରେ ଅଖିଳେଶ! ମେଣ୍ଟରେ ଫାଟ ସୃଷ୍ଟି କରିବ କି ଆସନ ବୁଝାମଣା?
- Budget 2027: ଏଥର Gen Z କହିବେ କେମିତି ହେବ ଆଗାମୀ ବଜେଟ୍! ଯୁବପିଢ଼ିଙ୍କ ସହ ସିଧା କଥା ହେବେ ନିର୍ମଳା ସୀତାରମଣ…
- Thai YouTuber Harassed On Livestream: ବିଦେଶୀ ପର୍ଯ୍ୟଟକଙ୍କୁ ଅସଦାଚରଣ, ବନ୍ଧାହେଲେ ଅଟୋ ଡ୍ରାଇଭର
- ଏମ୍ସରେ ଖୋଲିଲା ୩ଟି ଅତ୍ୟାଧୁନିକ ପରୀକ୍ଷାଗାର, ସୁବ୍ୟବସ୍ଥିତ ହେବ ମଧୁମେହ, ଗର୍ଭକାଳୀନ ଓ ନବଜାତ ଶିଶୁ ସ୍କ୍ରିନିଂ
- ITF M25 ପୁରୁଷ ଟେନିସ୍ ଟୁର୍ଣ୍ଣାମେଂଟ: ଅନ୍ତର୍ଜାତୀୟ ଟେନିସ୍ ମାନଚିତ୍ରରେ ସ୍ଥିତି ସୁଦୃଢ କଲା ଓଡିଶା
- ଚୀନ୍ ସୀମାରେ ଉତ୍ତେଜନା ମଧ୍ୟରେ ITBPରେ କର୍ମଚାରୀ ସଙ୍କଟ: ୩୩% ବରିଷ୍ଠ ଆଇପିଏସ୍ ପଦବୀ ଖାଲି
- ସମୁଦ୍ରରେ ବଡ଼ ଅଘଟଣରୁ ବର୍ତ୍ତିଲା ମାଲବାହୀ ଜାହାଜ, ବଞ୍ଚିଗଲେ ୨୭ ନାବିକ
- ଉତ୍ତରାଖଣ୍ଡରେ ଭୟଙ୍କର ସଡ଼କ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି
- ଗହୀରମଥାରୁ ୨ଟି ଟ୍ରଲର ସହ ୧୮ ମତ୍ସ୍ୟଜୀବୀ ଗିରଫ
Comments are closed.