ବ୍ରହ୍ମପୁର: ମୁମ୍ବାଇରେ ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀଙ୍କୁ ଗିରଫ କରିଛି ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିଗପହଣ୍ଡି ଥାନା ମଳାଭଞ୍ଜା ଗ୍ରାମର ମମତା ସାହୁଙ୍କ ପୁରୁଷୋତ୍ତମପୁର ଥାନା ଗଙ୍ଗାଦହଣି ଗ୍ରାମର ତୋଫାନ ଭୁୟାଁଙ୍କ ମଧ୍ୟରେ ଗତ ୨୦୧୭ ମେ’ ୪ ତାରିଖରେ ବିବାହ ହୋଇଥିଲା। ବିବାହ ସମୟରେ ନଗଦ ୫୦ ହଜାର ଟଙ୍କା, ସୁନା ଚେନ, ସୁନା ମୁଦି ଏବଂ ଅନ୍ୟାନ୍ୟ ସମସ୍ତ ଘରକରଣା ଯୌତୁକ ଆକାରରେ ଦିଆଯାଇଥିଲା। ବିବାହ ପରଠାରୁ ଅଧିକ ଯୌତୁକ ପାଇଁ ମମତାଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେଉଥିଲେ । ପରେ ମମତାଙ୍କୁ ଧରି ତୋଫାନ ମୁମ୍ବାଇ ନେଇଯାଇଥିଲେ । ଗତ ଜୁଲାଇ ୧୭ ତାରିଖରେ ମମତା ଆତ୍ମହତ୍ୟା କରିଥିବା ନେଇ ତାଙ୍କ ପରିବାର ବର୍ଗଙ୍କୁ ତୋଫାନ ଫୋନ୍ରେ କହିଥିଲେ । ଏଥିରେ ସନ୍ଦେହ ପ୍ରକାଶ କରି ମମତାଙ୍କ ମା’ ଶୋଭା ଏନେଇ ମୁମ୍ବାଇରେ ରହୁଥିବା କେତେକ ସଂପର୍କୀୟଙ୍କୁ ଯୋଗାଯୋଗ କରିଥିଲେ । ସେମାନେ ମମତାଙ୍କ ପାଖକୁ ଯାଇ ତାଙ୍କ ଶବ ଦେଖିବା ପରେ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ । ଏନେଇ ମମତାଙ୍କ ମାଆ ଶୋଭା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରିଥିଲା। ଅନ୍ୟପଟେ ମୁମ୍ବାଇର ବିନୋବାଭାବେ ନଗର ଥାନାରେ ମଧ୍ୟ ଏକ ମାମଲା ହୋଇଥିଲା। ତୋଫାନ୍ ଗାଁକୁ ଫେରିବା ପରେ ଦିଗପହଣ୍ଡି ପୋଲିସ ତାଙ୍କୁ ଗିରଫ କରିଛି। ବିବାହ ସମୟର ଫଟୋ ଏବଂ ଯୌତୁକ ସାମଗ୍ରୀର ତାଲିକା ଜବତ କରିଛି। ଖୁବ୍ ଶୀଘ୍ର ଦିଗପହଣ୍ଡି ପୋଲିସର ଏକ ଟିମ୍ ମୁମ୍ୱାଇ ଯାଇ ସେଠାକାର ଅପମୃତ୍ୟୁ ମାମଲାର କାଗଜପତ୍ର ଏବଂ ମମତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ସଂଗ୍ରହ କରିବ ବୋଲି ଦିଗପହଣ୍ଡି ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା କହିଛନ୍ତି।
BREAKING NEWS
- Imran Khan’s release protest:ଇମ୍ରାନଙ୍କ ମୁକ୍ତି ଦାବିରେ ବିକ୍ଷୋଭ ତୀବ୍ର; ଇସଲାମାବାଦରେ ଧାରା ୧୪୪ ଲାଗୁ, ୨,୦୦୦ କର୍ମୀ ଗିରଫ
- ଲାଞ୍ଚ ନେଇ ଫସିଲେ ଆରଆଇ, ପ୍ରମାଣପତ୍ର ପାଇଁ ୫ ହଜାର…
- ଜିରା ପାଉଡର ନା କୀଟନାଶକ; ଏଭରେଷ୍ଟର ଏହି ଉତ୍ପାଦ ଉପରେ ରୋକ୍ ଲଗାଇଲା FSSAI
- ନାଇଡୁ କମିଶନ ଫାଇଲ୍ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ
- CECଙ୍କୁ ହଟାଇବା ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ
- ଋଷରେ ପ୍ଲେଗ୍ ଆତଙ୍କ; କ୍ବାରେଣ୍ଟାଇନରେ ରହିଲେ ଶତାଧିକ ବ୍ୟକ୍ତି
- ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ; ୧୫ରେ ଛାତ୍ର ସଂସଦ ନିର୍ବାଚନ
- ପିଏନବି ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ, ଜଳିଗଲା ବ୍ୟାପକ କାଗଜପତ୍ର…
- କୋରାପୁଟ ଗସ୍ତରେ ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସୁନାବେଡ଼ା HAL ୟୁନିଟ୍ କରିବେ ପରିଦର୍ଶନ
- ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତ ଗିରଫ ହେବା ନେଇ ପ୍ରତିଶ୍ରୁତି ଦେଲେ ଯାଜପୁର ଏସପି

Comments are closed.