ବ୍ରହ୍ମପୁର: ସ୍ତ୍ରୀର ଅଶ୍ଳୀଳ ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ୱାମୀକୁ ଗିରଫ କରିଛି ଗଞ୍ଜାମ ଜିଲାର ବୁଗୁଡ଼ା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ବୁଗୁଡ଼ା ଥାନା ମାଣିତରା ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଡାଙ୍ଗିସାହିର ରାଜେନ୍ଦ୍ର ପ୍ରଧାନ ଓରଫ ମୁନା (୩୦)। ରାଜେନ୍ଦ୍ର ଗତ ବର୍ଷ ଫେବୃଆରୀ ୧୧ ତାରିଖରେ କରଚୁଲି ପଞ୍ଚାୟତ ଅନ୍ତର୍ଗତ ଜେକ ଗ୍ରାମର ବିବାହ କରିଥିଲେ। ବାହାଘର ପରଠୁଁ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରିବାରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ତେବେ ସ୍ତ୍ରୀର ଅଶ୍ଳୀଳ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ୍ କରିଥିଲେ। ଏଥି ସହିତ ଯୌତୁକ ନିର୍ଯାତନା ଦେବା ଭଳି ଅଭିଯୋଗ ଆଣି ଗତ ୫ ତାରିଖରେ ପୋଲିସର ଦ୍ୱାରସ୍ଥ ହୋଇଥିଲେ ରାଜେନ୍ଦ୍ରଙ୍କ ସ୍ତ୍ରୀ। ଥାନାରେ ଏନେଇ ମାମଲା ରୁଜୁ ହୋଇଥିଲା। ପୋଲିସ ରାଜେନ୍ଦ୍ରଙ୍କୁ ଗିରଫ ସହ କୋର୍ଟ ଚାଲାଣ କରିଛି। ଅନ୍ୟପଟେ ପୋଲିସ ଉପସ୍ଥିତିରେ ଯୌତୁକ ସାମଗ୍ରୀ ତାଙ୍କ ସ୍ତ୍ରୀଙ୍କୁ ଫେରାଇ ଦିଆଯାଇଥିବା ଜଣାପଡିଛି।
BREAKING NEWS
- ବିିସିସିଆଇ ସହ ବିବାଦ: ବିସିବି ସହ ଆଲୋଚନା କରିବ ଆଇସିସି
- ରାୟଗଡ଼ାରେ ୪ ଛାତ୍ର ପୋଡ଼ିଯିବା ଘଟଣା; ଶିକ୍ଷକଙ୍କ ଦରମା ବନ୍ଦ
- ଚର୍ଚ୍ଚାର କାରଣ ସାଜିଛି କୋହଲିଙ୍କୁ ନେଇ ମଂଜ୍ରେକରଙ୍କ ବୟାନ
- ବରମୁଣ୍ଡା ବସ୍ ଟର୍ମିନାଲରୁ ପରିଚାଳିତ ହେବ ଆଇଟି କମ୍ପାନୀ: ମନ୍ତ୍ରୀ
- ଆସିଲା ନୂଆ ନିୟମ, ବୀମା ଓ PUCC ନଥିଲେ ହେବନି FASTag ରିଚାର୍ଜ
- ବିଜୟ ହଜାରେ ଟ୍ରଫି: ଗୁଜରାଟ ନିକଟରୁ ଶୋଚନୀୟ ଭାବେ ହାରିଲା ଓଡିଶା
- ଆରଟିଆଇ ଆବେଦନକାରୀଙ୍କ ଲାଞ୍ଚ ଦାବି ଅଭିଯୋଗ; ପୋଲିସ ତଦନ୍ତ ପାଇଁ ଓଡିଶା ସୂଚନା କମିଶନଙ୍କ ନିର୍ଦ୍ଦେଶ
- ପ୍ରଦୂଷଣ ପାଇଁ ଟ୍ୱିନସିଟିରେ କଟକଣା; ସନ୍ଧ୍ୟା ୬ରୁ ନିର୍ମାଣ କାମ ବନ୍ଦ
- କରୀନାଙ୍କ ପ୍ରେମରେ ପଡିଛନ୍ତି କି କାର୍ତିକ
- Government new rules ସାବଧାନ!ରାସ୍ତାରେ ପାନ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା
Comments are closed.