Latest Odisha News

ହଜ୍‌ବ୍ୟାଣ୍ଡ ଡ଼େ କେୟାର: ସ୍ୱାମୀଙ୍କୁ ଏଠାରେ ଛାଡି ଜୀବନକୁ ଉପଭୋଗ କରନ୍ତୁ

ଚୀନ୍‌: ଆଜିକାଲି ଦୁନିଆରେ ବାପାମାଆ ଚାକିରି କରୁଥିବାରୁ ସେମାନଙ୍କ ପିଲାମାନଙ୍କୁ ଡ଼େ କେୟାରରେ ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି । ଏହା ସମସ୍ତେ ଜାଣିଥିବେ । କିନ୍ତୁ ହଜବ୍ୟାଣ୍ଡ ଡ଼େ କେୟାର ଥିବା କେବେ ଶୁଣିଛନ୍ତି ? ଆପଣ ଏହା ବିଶ୍ୱାସ କରିବେ ନାହିଁ । କିନ୍ତୁ ଏହା ସତ । ସୋସିଆଲ ମିଡିଆରେ ଏଭଳି ଏକ କେନ୍ଦ୍ରର ଫଟୋ ଭାଇରାଲ ହେଉଛି । ଯାହାର ଏପରି ନୂତନତ୍ୱ କାର୍ଯ୍ୟକୁ ଅନେକ ଲୋକ ପ୍ରଶଂସା କରିଛନ୍ତି ।

ଫଟୋରେ ଦେଖିବାକୁ ମିଳିଛି ଯେ, ଏକ ଘର ବାହାରେ ଗୋଟିଏ ସାଇନ୍‌ବୋର୍ଡ଼ ରଖାଯାଇଛି, ଯେଉଁଥିରେ ହଜବ୍ୟାଣ୍ଡ ଡ଼େ କେୟାର ଲେଖାଯାଇଛି । ଏଥିସହ ଆହୁରି ଲେଖାଯାଇଛି ଯେ, ନିଜ ପାଇଁ କିଛି ସମୟ ଦରକାର? କିମ୍ବା ଆରାମ କରିବାକୁ କିଛି ସମୟ, କିମ୍ବା ସପିଂ କରିବାକୁ ଚାହୁଁଛନ୍ତି… ତେବେ ଏହି ଡ଼େ କେୟାର ଆପଣଙ୍କ ପାଇଁ । ଆପଣଙ୍କ ସ୍ୱାମୀଙ୍କୁ ଏଠାରେ ଛାଡିଦିଅ । ଆମେ ସେମାନଙ୍କର ଯତ୍ନ ନେବୁ ।

ଏହି ସାଇନ୍ ବୋର୍ଡ଼ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହେବା ସହ ଥଟ୍ଟା ମଧ୍ୟ କରିଛନ୍ତି । ଏହାକୁ ନେଇ ଭିନ୍ନ ଭିନ୍ନ ମତ ବି ରଖିଛନ୍ତି । କିଛି ଲୋକ ଏହା କେବଳ ମଜାରେ କେହି ଏପରି କରିଥିବା କହୁଥିବା ବେଳେ ଆଉ କିଛି ଲୋକ ଏହା ଏକ ସମ୍ପୂର୍ଣ୍ଣ ନୂତନ ଧାରଣା ବୋଲି କହୁଛନ୍ତି ।

ଆମେ ଏଠାରେ କହି ରଖୁଛୁ, ଚୀନ୍ ଏବଂ ଆମେରିକା ସମେତ ଅନେକ ଦେଶରେ ଏହି ଧାରା ଅତି ସାଧାରଣ । ମହିଳାମାନେ ଘଣ୍ଟା ଘଣ୍ଟା ସପିଂ କରୁଥିବାରୁ ଏହାକୁ ଅଧିକାଂଶ ପୁରୁଷମାନେ ବିରକ୍ତ ହୋଇଥାନ୍ତି । ଏଭଳି ପରିସ୍ଥିତିରେ ସେମାନେ ଡ଼େ କେୟାର ସେଣ୍ଟରରେ ରହିବାକୁ ପସନ୍ଦ କରନ୍ତି । ଏହି ସେଣ୍ଟରରେ ସମସ୍ତ ପ୍ରକାର ପାନୀୟ ଉପଲବ୍ଧ ହୋଇଥାଏ । ବନ୍ଧୁମାନେ ମିଳନ୍ତି, ଯାହାଙ୍କ ସହ ସେମାନେ ପାର୍ଟି କରିପାରିିବେ । ଖେଳିବାକୁ ବିଭିନ୍ନ ପ୍ରକାରର ଖେଳ ମଧ୍ୟ ରହିଥାଏ । ଫିଲ୍ମ ଦେଖିବା ପାଇଁ ମଧ୍ୟ ବ୍ୟବସ୍ଥା ରହିଥାଏ ।

Comments are closed.