ଇଂଲଣ୍ଡ: ଜଣେ ମହିଳା ସନ୍ତାନ ଜନ୍ମ ଦେଉଥିବା ସମସ୍ତେ ଜାଣନ୍ତି । ହେଲେ ଗୋଟେ ପୁରୁଷ ୯ ମାସ ଗର୍ଭରେ ରଖି ସନ୍ତାନ ଜନ୍ମ ଦେବା ଦେଖିଛନ୍ତି ? ଏଭଳି ଏକ ବିରଳ ଘଟଣା ଏବେ ଇଂଲଣ୍ଡରେ ଦେଖିବାକୁ ମିଳିଛି । ଜଣେ ପୁରୁଷ ଏକ ସନ୍ତାନକୁ ଜନ୍ମ ଦେଇ ଚର୍ଚ୍ଚାକୁ ଆସିଛନ୍ତି ।
ଇଂଲଣ୍ଡର କେମ୍ବ୍ରିଡଗେଶେରରେ ରୁହନ୍ତି ୨୭ ବର୍ଷୀୟ କାଲେବ ବୋଲଡେନ ଏବଂ ତାଙ୍କର ୨୫ ବର୍ଷିୟା ପତ୍ନୀ ନିମ୍ ବୋଲଡେନ । ନିକଟରେ ସେମାନେ ପିତାମାତା ହୋଇଛନ୍ତି । ଏହାକୁ ନେଇ ଉଭୟ ବହୁତ ଖୁସି ହେବା ସହ ଚର୍ଚ୍ଚାକୁ ବି ଆସିଛନ୍ତି । ଚର୍ଚ୍ଚାର କାରଣ ନିମ୍ ଏହି ସନ୍ତାନକୁ ଜନ୍ମ ଦେଇ ନ ଥିଲେ । ବରଂ ଜନ୍ମ ଦେଇଥିଲେ ତାଙ୍କ ସ୍ୱାମୀ କାଲେବ ।
ନିମ୍ଙ୍କ ତିନି ଥର ଗର୍ଭପାତ ହୋଇଥିଲା । ଶେଷରେ ଡାକ୍ତରମାନେ ତାଙ୍କୁ କହିଥିଲେ ଯେ ତାଙ୍କର ଗର୍ଭାଶୟ ଅପରିପକ୍ୱ ଏବଂ ଫର୍ଟିଲାଇଜ୍ କରିବାରେ ଅସମର୍ଥ ଥିବାରୁ ସେ କଦାପି ସନ୍ତାନ ପ୍ରସବ କରିପାରିବେ ନାହିଁ । ଉଭୟ କେବଳ ଶୁକ୍ରାଣୁ ଦାତା ମାଧ୍ୟମରେ ପିଲା ଜନ୍ମ କରିପାରିବେ ବୋଲି ଡ଼ାକ୍ତର ପରାମର୍ଶ ଦେଇଥିଲେ । ପରେ କାଲେବ ଶିଶୁ ଜନ୍ମ କରିବାକୁ ନିଷ୍ପତ୍ତି ନେଲେ । ୭୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜର ଚିକିତ୍ସା କଲେ । ପରେ, ଏହି ଦମ୍ପତି ଏକ ଅନଲାଇନ୍ ଶୁକ୍ରାଣୁ ଦାତାଙ୍କୁ ଭେଟିଥିଲେ ଏବଂ କାଲେବ ମାତ୍ର ୬ ମାସ ମଧ୍ୟରେ ଗର୍ଭବତୀ ହୋଇଥିଲେ । ଶେଷରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ବାସ୍ତବରେ, କାଲେବ ଜଣେ ଟ୍ରାନ୍ସଜେଣ୍ଡର ଥିଲେ ।
Comments are closed.