Latest Odisha News

BREAKING NEWS

ସାବିତ୍ରୀ ଆଗରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଭୁବନେଶ୍ୱର: ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ମାନସିକ ରଖିବାକୁ ଇଚ୍ଛା କରିଥିଲେ ପ୍ରଭାତି ନାୟକ । ଏନେଇ ସ୍ୱାମୀଙ୍କୁ ପୂଜା ପାଇଁ ଆବଶ୍ୟକ ଜିନିଷ କିଣି ଆଣିବାକୁ ବରାଦ କରିଥିଲେ । କିନ୍ତୁ ଯାହାର ଦୀର୍ଘାୟୁ କାମନା ପାଇଁ ଏତେ ଯତନ ହେଉଥିଲା । ସେହି ସ୍ୱାମୀ ହିଁ ସ୍ତ୍ରୀକୁ ହତ୍ୟା କରିଦେଲା । ଖାଲି ସ୍ୱାମୀ ନୁହେଁ ଏଥିରେ ପୁରା ପରିବାର ସାମିଲ ଥିଲେ ବୋଲି ପ୍ରଭାତିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

 

ଖଣ୍ଡଗିରି ଥାନା ସରକନ୍ତରାରେ ନବ ବଧୁ ହତ୍ୟା ଅଭିଯୋଗରେ ଗିରଫ ହୋଇଛି ସ୍ୱାମୀ ପ୍ରକାଶ ଖୁଣ୍ଟିଆ। ଭଦ୍ରକ ତିହିଡିର ପ୍ରଭାତି ନାୟକଙ୍କୁ ଗତ ମାସ ଏପ୍ରିଲ ୨୮ରେ ବିବାହ କରିଥିଲେ।୨୭ବର୍ଷିୟା ପ୍ରଭାତି ଜଣେ ଏମବିଏ ଛାତ୍ରୀ ଥିଲେ। ସେ ପରିବାର ସହ ଗୁଆହାଟିରେ ରହୁଥିଲେ।

ମଟ୍ରିମୋନିଆଲ ସାଇଟରେ ସରକନ୍ତରାର ସଫ୍ଟୱେର ଇଞ୍ଜିନିୟରି ପ୍ରକାଶ ଖୁଣ୍ଟିଆଙ୍କ ସହ ଦେଖା ଚାହାଁ ହୋଇଥିଲା। ପରେ ଏପ୍ରିଲ ୨୮ରେ ବିବାହ ହୋଇଥିଲା । ହେଲେ ପୁଅ ଘର ଯାହା ଯୌତୁକ ଆଶା କରୁଥିଲେ ତାହା ଆଣିନଥିଲେ ପ୍ରଭାତି । ଯୌତୁକ ନିର୍ଯାତନା ଦେବା ଆରମ୍ଭ କରିଥିଲେ ପରିବାର ଲୋକେ।

ଏପରିକି ସ୍ୱାମୀ ପାଇଁ ବ୍ରେସଲେଟ, ଶାଶୁ ପାଇଁ ହାତ ଚୁଡି କି ନଣନ୍ଦ ପାଇ ଆଣି ନଥିଲେ କାନଫୁଲ। ଯାହା ପାଇଁ ଅନେକ ମାନସିକ ଅତ୍ୟାଚାର‌ ଦେଉଥିଲେ । ଯାହାକୁ ସହି ନପାରି‌ ପରିବାର ଲୋକଙ୍କୁ ଜଣାଇଥିଲେ ପ୍ରଭାତି ।

ଏନେଇ ପରିବାର ଲୋକେ ବୁଝିବା ବୋଲି କହିଥିଲେ। ହେଲେ ସୋମବାର ସାବିତ୍ରୀ ବ୍ରତ ଥିବାରୁ ବ୍ରତ ପାଳନ ପାଇ ଜିନିଷ ଆଣିବାକୁ କହିଥିଲେ ସ୍ୱାମୀଙ୍କୁ। ହେଲେ ସ୍ୱାମୀ ଜିନିଷ ନ କିଣି ଫେରିଥିଲେ କହିଲେ ତାଙ୍କର ବାଟରେ ସାମାନ୍ୟ ଦୁର୍ଘଟଣା ହୋଇଥିଲା।

ବ୍ରତ ପାଇଁ ଜିନିଷ ଦରକାର‌ ବୋଲି କହିବାରୁ ତାଙ୍କୁ ନିର୍ଯାତନା ଦେଇଥିଲେ ପରିବାର। ଏପରିକି ତାଙ୍କୁ ମାଡ ମାରିବା ସହ ଅକଥନୀୟ ନିର୍ଯାତନା ଦେଇଥିଲେ‌। ତେବେ ରବିବାର ବିଳମ୍ବିତ ରାତିରେ ପ୍ରଭାତିଙ୍କ ପରିବାର ଲୋକେ ଜାଣିବାକୁ ପାଇଲେ ଝିଅର ମୃତ୍ୟ ହୋଇଛି ।

ସେ ଏମସ ହସପିଟାଲରେ ମୃତଦେହକୁ ଏମସ ହସ୍ପିଟାଲକୁ ନିଆଯାଇଥିଲା । ଏହା ପରେ ପ୍ରଭାତିଙ୍କୁ ହତ୍ୟା କରି ଟାଙ୍ଗି ଦିଆଯାଇଛି ବୋଲି ଅଭିଯୋଗ କରିଥିଲେ ମାଆ ମାଧବୀ ନାୟକ । ପୋଲିସ କହିଛି ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିଲା। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ସ୍ୱାମୀ ପ୍ରକାଶ ଖୁଣ୍ଟିଆକୁ ଗିରଫ କରାଯାଇଛି। ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.