Latest Odisha News

ସ୍ତ୍ରୀର ପରକୀୟାପ୍ରୀତିକୁ ସହିନପାରି ହତ୍ୟା କଲା ସ୍ୱାମୀ!

ଭୁବନେଶ୍ୱର: ସ୍ତ୍ରୀର ପରକୀୟାପ୍ରୀତିକୁ ସହିନପାରି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ରହିଛି। ରାଜଧାନୀ ଉପକଣ୍ଠ ଭରତପୁର ଅଞ୍ଚଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କରିବା ସହ ପରକୀୟା ପ୍ରୀତି ସନ୍ଦେହରେ ମୃତ ମାମା ପ୍ରଧାନଙ୍କୁ ହତ୍ୟା କରାଯାଇଥିବା କହିଛି ପୋଲିସ। ଉଭୟଙ୍କ ବିବାହକୁ ୪ ବର୍ଷ ପୂରିଥିବା ବେଳେ ତାଙ୍କର ୧୪ ମାସର ଏକ ପିଲା ରହିଛି।

ସୂଚନାଯୋଗ୍ୟ ଯେ, ଘର ରଙ୍ଗ କାମ କରୁଥିବା ଅଭିଯୁକ୍ତ ସାଗର ପ୍ରଧାନ ତାଙ୍କ ପତ୍ନୀଙ୍କର ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କ ଥିବା ସନ୍ଦେହ କରି ଅନେକ ଦିନ ଧରି ତାଙ୍କ ସହ ଝଗଡା କରି ଆସୁଥିଲେ। ଘଟଣା ଦିନ ଉଭୟଙ୍କ ଘରେ ଆଉ ଏକ କଥାକୁ ନେଇ ବଚସା ହୋଇଥିଲା। ଏହି ସମୟରେ ଅଭିଯୁକ୍ତ ତାଙ୍କ ପତ୍ନୀଙ୍କୁ ପନିକିରେ ଆକ୍ରମଣ କରିଥିବା ଅଭିଯୋଗ ରହିଛି। ହେଲେ ମାମା ପ୍ରଧାନ ହାତରେ ବାଜିବାରୁ ପନିକି ଅନ୍ୟତ୍ର ପଡିଥିଲା, ପରେ ଅଭିଯୁକ୍ତ ତାଙ୍କ ପତ୍ନୀଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ଏ ନେଇ ପଡୋଶୀ ଘର ମାଲିକକୁ ଜଣେଇବା ପରେ ସେ ପୁଲିସକୁ ଖବର ଦେଇଥିଲେ।

ଜୋନ୍-୩ର ଏସିପି ପ୍ରଦୀପ କୁମାର ରାଉତ କହିଛନ୍ତି, ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତଙ୍କ ସନ୍ଦେହ ଥିଲା ଯେ ତାଙ୍କ ପତ୍ନୀଙ୍କର ପରକୀୟା ପ୍ରୀତି ରହିଛି। ଏହାକୁ ନେଇ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ପରେ ଏହି ହତ୍ୟାକାଣ୍ଡ ଘଟିଛି ।

ସେ ଆହୁରି ମଧ୍ୟ କହିଛନ୍ତି, “ଅଭିଯୁକ୍ତଙ୍କ ବୟାନ ଅନୁଯାୟୀ, ଯେତେବେଳେ ସେ ତାଙ୍କ ପତ୍ନୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ, ସେ ଏହାକୁ ତାଙ୍କ ନିକଟରୁ ଛଡାଇ ନେଇଥିଲେ ଏବଂ ପରେ ଗଳା ଚିପି ହତ୍ୟା କରିଥିଲେ”।

Comments are closed.