ବାଲେଶ୍ବର:ବାଲେଶ୍ବର ଏସିଡ୍ ମାଡ଼ ଘଟଣାରେ ଅଭିଯୁକ୍ତ ଚନ୍ଦନ ରଣାକୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି ବାଲେଶ୍ବର ସ୍ବତନ୍ତ୍ର ଏସସି/ଏସଟି କୋର୍ଟ । ସ୍ତ୍ରୀଙ୍କ ସହ ୪ ଛୁଆଙ୍କ ଉପରେ ଏସିଡ୍ ମାଡ଼ କରିଥିଲା ଚନ୍ଦନ । ପତ୍ନୀ ବନିତା ସିଂଙ୍କର ହୋଇଥିଲା ମୃତ୍ୟୁ । ୪ ଶିଶୁ ହୋଇଥିଲେ ଗୁରୁତର । ସନ୍ଦରଗଡ଼ା ଅଞ୍ଚଳରେ ଘଟିଥିଲା ଏଭଳି ଘଟଣା ।
ଦୋଷୀ ନୀଳଗିରି ଥାନା ନୟାପାଟଣା ଗ୍ରାମର ଚନ୍ଦନ ରଣା ୨୦୨୩ରେ ଦ୍ୱିତୀୟ ସ୍ତ୍ରୀଙ୍କ ଉପରେ ଏସିଡ୍ ପକାଇ ହତ୍ୟା କରିଥିଲେ । ହତ୍ୟା ମାମଲାର ଶୁକ୍ରବାର ରାୟ ପ୍ରକାଶ ପାଇଛି । ଏହି ମାମଲାର ୩୪ ସାକ୍ଷୀ, ୧୧୦ ଦସ୍ତାବିଜ, ୩୩ ମେଟେରିଆଲ ଅବଜେକ୍ଟକୁ ଭିତ୍ତି କରି ଜଜ ଏହି ରାୟ ଶୁଣାଇଛନ୍ତି ।