ନ୍ୟୁୟର୍କ: ଧରାପଡ଼ିଲା ଦୁନିଆର ସବୁଠୁ ବିରାଟକାୟ କୁମ୍ଭୀର । ଆମେରିକାର ମିସିସିପିରେ ଥିବା ୟାଜୁ ନଦୀରୁ ଶିକାରୀମାନେ ଉଦ୍ଧାର କରିଛନ୍ତି ଏହି ବିରାଟକାୟ କୁମ୍ଭୀରକୁ । ଦୀର୍ଘ ୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ କରିବା ପରେ ଏହି କୁମ୍ଭୀରକୁ ଧରିବାରେ ସକ୍ଷମ ହୋଇଥିଲେ ଶିକାରୀମାନେ । ଏହାର ଲମ୍ବ ଓ ଓଜନ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆମେରିକାର ମିସିସିପିର ୟାଜୁ ନଦୀରୁ ୪ ଜଣ ଶିକାରୀ ଏକ କୁମ୍ଭୀର ଉଦ୍ଧାର କରିଥିଲେ । ଯାହାର ଲମ୍ବା ୧୪ ଫୁଟରୁ ଅଧିକ ଥିବାବେଳେ ଓଜନ ୮୦୦ ପାଉଣ୍ଡରୁ ଅଧିକ ଅର୍ଥାତ୍ ପ୍ରାୟ ୩୬୩ କିଲୋଗ୍ରାମ ରହିଛି । ପୂର୍ବରୁ ମିସିସିପିରେ ଧରାଯାଇଥିବା କୁମ୍ଭୀର ଅପେକ୍ଷା ଏହା ବଡ଼ ଏବଂ ବେଶୀ ଓଜନଦାର । ଏହା ଦେଖିବାକୁ ବହୁତ ଭୟାନକ । ଏହାକୁ ଧରି ଶିକାରୀମାନେ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ମିସିସିପିର ୱାଇଲ୍ଡ ଲାଇଫ, ମତ୍ସ୍ୟ ବିଭାଗ ଏହି କୁମ୍ଭୀରର ଏକ ଫଟୋ ଫେସବୁକରେ ସେୟାର କରିଛନ୍ତି । ବିଭାଗ ଏହାର ପୋଷ୍ଟରେ ଲେଖିଛି, ବିରାଟକାୟ କୁମ୍ଭୀରକୁ ଧରିଥିବା ଶୀକାରୀମାନଙ୍କୁ ଧନ୍ୟବାଦ । ଏତେ ବଡ଼ କୁମ୍ଭୀରକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଏହି କୁମ୍ଭୀରଟି ଅନେକ ପୋଷା କୁକୁରକୁ ଖାଇଦେଇଥିବା ଅଭିଯୋଗ ହୋଇଥିଲା । ପରେ ଏହାକୁ ଧରିବା ପାଇଁ ଅନୁମତି ଦିଆଯାଇଥିଲା । ଶିକାରୀମାନେ ଏହି କୁମ୍ଭୀରକୁ ଧରିବା ପାଇଁ ୟାଜୁ ନଦୀରେ ପଶିଥିଲେ । ୭ ଘଣ୍ଟା ପରିଶ୍ରମ କରିବା ପରେ ତାକୁ ଧରିବାରେ ସକ୍ଷମ ହୋଇଥିଲେ ।
Comments are closed.