Latest Odisha News

ସୋନୁ ସୁଦ୍‌ଙ୍କ ନାଁରେ ଖୋଲିଲା ଫାଷ୍ଟଫୁଡ୍ ଷ୍ଟଲ୍

ନୂଆଦିଲ୍ଲୀ: ଅସହାୟଙ୍କ ସାହାରା ସାଜିଥିବା ସୋନୁ ସୁଦ୍‌ ଏବେ ବି ଚର୍ଚ୍ଚାରେ। ହ୍ରାଇଦାବାଦ ଜଣେ ଫାଷ୍ଟଫୁଡ୍‌ ବେପାରୀ ତାଙ୍କ ଫାଷ୍ଟଫୁଡ୍ ଷ୍ଟଲ୍‌ ନାଁ ପରିବର୍ତ୍ତନ ସୋନୁଙ୍କ ନାଁ ଦେଇଛନ୍ତି।

ହ୍ରାଇଦ୍ରାବାଦର ଅନିଲ୍ କୁମାରଙ୍କର ପୂର୍ବରୁ ଏକ ଚାଇନିଜ୍‌ ଫାଷ୍ଟଫୁଡ୍‌ ଷ୍ଟଲ ଥିଲା। ସୋନୁଙ୍କୁ ନିଜ ଆଦର୍ଶ ମାନୁଥିବା ଅନିଲ୍‌ ତାଙ୍କ ଫାଷ୍ଟ୍‌ଫୁଡ୍‌ ଷ୍ଟଲ୍‌‌ରେ ସୋନୁଙ୍କ ଫଟୋ ରଖି ତାର ନୂଆ ନାମକରଣ କରିଛନ୍ତି।

ସୋନୁଙ୍କୁ ନେଇ ଅନିଲ୍‌ କହିଛନ୍ତି, ‘’ମୁଁ ଭଗବାନଙ୍କୁ କେବେ ବି ଦେଖିନି। କିନ୍ତୁ ସୋନୁଙ୍କ ଭିତରେ ମୋତେ ଭଗବାନଙ୍କ ରୂପ ଦେଖାଯାଇଛି। ସୋନୁ ସୁଦ୍‌ ହେଉଛନ୍ତି ପ୍ରକୃତ ଭଗବାନ’’। ସୋନୁ ସୁଦ୍‌ ଏ ବାବଦରେ ଜାଣିବା ପରେ ଫାଷ୍ଟ୍‌ ଫୁଡ୍‌ ଷ୍ଟଲ୍‌ରେ ଟ୍ରିଟ୍ ଅନିଲଙ୍କୁ ଦେବାକୁ କହିଛନ୍ତି ସୋନୁ।

Comments are closed.