Latest Odisha News

BREAKING NEWS

‘ଝିଅ ସହ ଦୁଷ୍କର୍ମ ହେଲେ ପିତାମାତା ଦାୟୀ’ ବୋଲି କହିଲେ ବିଜେପି ବିଧାୟକ

ଲକ୍ଷ୍ନୌ: କୌଣସି ଝିଅ ସହ ଦୁଷ୍କର୍ମ ହେଲେ ସେଥିଲାଗି ତା’ର ବାପା ଓ ମା’ ଦାୟୀ ବୋଲି କହିଛନ୍ତି ଉତ୍ତରପ୍ରଦେଶ ବାଲିଆର ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ।

ସୂଚନା ଅନୁଯାୟୀ, ହାଥରସ୍ ଦୁଷ୍କର୍ମ ଘଟଣା ଉପରେ ଶନିବାର ଦିନ ଚାନ୍ଦପୁରରେ ଗଣମାଧ୍ୟମ ଆଗରେ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଶାସନ କିମ୍ବା ତଲୱାର ନୁହେଁ ବରଂ ସଂସ୍କାର ଦ୍ୱାରା ଦୁଷ୍କର୍ମକୁ ରୋକା ଯାଇପାରିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ “ମୁଁ ଜଣେ ଶିକ୍ଷକ । ଯଦିବି ସରକାର ଖଣ୍ଡା ଧରି ଠିଆ ହୁଅନ୍ତି ତାହେଲେ ବି ଏଭଳି ଘଟଣା ଅଟକିବ ନାହିଁ । ଯେତେବେଳେ ମାତାପିତା ନିଜ ଝିଅଙ୍କୁ ସଂସ୍କାର ଦିଅନ୍ତି ଆଉ ସେଥିରେ ଭଲ ମୂଲ୍ୟବୋଧ ରହିଥାଏ, ତାହେଲେ ଯାଇ ଏଭଳି ଘଟଣାକୁ ରୋକାଯାଇ ପାରିବ” ।

ବିଧାୟକଙ୍କ ଏଭଳି ବୟାନ ପରେ ଉତ୍ତରପ୍ରଦେଶ କଂଗ୍ରେସ କମିଟି ଟ୍ୱିଟ୍ କରି କହିଛନ୍ତି ଯେ “ବିଜେପି ଓ ଆରଏସଏସର ଏଭଳି ଚିନ୍ତାଧାରା ପାଇଁ ଉତ୍ତରପ୍ରଦେଶ ଝିଅ ମାନଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି । ଦୁଷ୍କର୍ମ ଭଳି ମାନସିକତାକୁ ବଳ ଦେଉଥିବା ଏଭଳି ନେତାଙ୍କୁ ସାମାଜିକ ବହିଷ୍କାର କରିବା ଉଚିତ୍ ।

Leave A Reply

Your email address will not be published.