Latest Odisha News

BREAKING NEWS

ଭାରତର ପ୍ରଥମ ଅଣ୍ଡର ୱାଟର ନୃତ୍ୟଶିଳ୍ପୀ: ଯିଏ ପାଣି ଭିତରେ କରନ୍ତି ଚମତ୍କାର ନୃତ୍ୟ,ଷ୍ଟଣ୍ଟ୍‌

ଗୁଜୁରାଟ: ଅନେକ ଲୋକ ପାଣିରେ ଗାଧୋଉଥିବା ବା ସୁଇମିଂ କରୁଥିବା ଆପଣ ନିଶ୍ଚୟ ଦେଖିଥିବେ । କିନ୍ତୁ ପାଣି ଭିତରେ ନୃତ୍ୟ କରିବା ଓ ବିଭିନ୍ନ ପ୍ରକାର ଷ୍ଟଣ୍ଟ କରିବା ଦେଖିଛନ୍ତି ? ଆମେ ଏମିତି ଜଣେ ଯୁବକଙ୍କ ବିଷୟରେ କହୁଛୁ , ଯିଏ ପାଣି ଭିତରେ ଚମତ୍କାର ନୃତ୍ୟ କରି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି । ସେଥିଲାଗି ଲୋକେ ତାଙ୍କୁ ‘ହାଇଡ୍ରୋ-ମ୍ୟାନ୍‌\’ ବୋଲି ଡାକିଥାନ୍ତି ।

ଗୁଜୁରାଟର ରାଜକୋଟ ନିବାସୀ ଜୟଦୀପ ଗୋହିଲ । ବୟସ ୨୮ ବର୍ଷ । ପିଲାଦିନରୁ ପାଣି ସହିତ ଖେଳିବାକୁ ଭଲ ପାଉଥିଲେ । ସନ୍ତରଣ ହେଉଛି ତାଙ୍କର ଉତ୍ସାହ । ଏବେ ତାଙ୍କର ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଆଉ ଏହି ଭିଡ଼ିଓକୁ ଯିଏ ଦେଖୁଛି, ସିଏ ଜୟଦୀପଙ୍କ କଳାକୁ ପ୍ରଶଂସା କରୁଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଜୟଦୀପ ପାଣି ଭିତରେ ଚମତ୍କାର ନୃତ୍ୟ ପ୍ରଦର୍ଶନ କରୁଛନ୍ତି । ଏଥିସହ ବିଭିନ୍ନ ଷ୍ଟଣ୍ଟ ବି କରି ଦେଖାଉଛନ୍ତି । ଆଉ ମାଇକେଲ ଜ୍ୟାକସନଙ୍କ ସ୍ମୁଥ୍ କ୍ରିମନାଲ ଗୀତରେ ଆଖି ଝଲସିଲା ପରି ଡ଼୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି , ସେ ପାଣି ଭିତରେ ନୃତ୍ୟ ଓ ଷ୍ଟଣ୍ଟ ଅମ୍ଳଜାନ ସିଲିଣ୍ଡର ବିନା କରୁଛନ୍ତି । ସେ ଭାରତର ପ୍ରଥମ ଅଣ୍ଡର ୱାଟର ନୃତ୍ୟଶିଳ୍ପୀ ଭାବେ ପରିଚିତ । ପାଣିରେ ମାଛ ପରି ପହଁରି ବିଭିନ୍ନ ଷ୍ଟଣ୍ଟ୍ କରୁଥିବା ଜୟଦୀପ ବୃତ୍ତିରେ ଜଣେ ମେକାନିକାଲ୍ ଇଞ୍ଜିନିୟର ।

ଜୟଦୀପ କହିଛନ୍ତି ଯେ, ପାଣି ଭିତରେ ନୃତ୍ୟ ହେଉ କି ଷ୍ଟଣ୍ଟ ବିନା ଅମ୍ଳଜାନ ସିଲିଣ୍ଡରରେ କରିବା ସହଜ ନୁହେଁ । । ଏଥିଲାଗି ମୁଁ ୧୦ ବର୍ଷ ହେଲା ଅଭ୍ୟାସ କରି ଆସୁଛି । ଏହା ଶିଖିବାକୁ ମୋତେ ବର୍ଷେ ଲାଗିଯାଇଥିଲା । ନିୟମିତ ଅଭ୍ୟାସ ଯୋଗୁ ଏବେ ମୁଁ ୧୦ ଫୁଟ ଗଭୀର ପାଣି ଭିତରରେ ଆରାମ୍‌ରେ ଡ଼୍ୟାନ୍ସ କରିପାରୁଛି । ପାଣି ଭିତରେ ସନ୍ତୁଳନ ରକ୍ଷା କରିବା ହେଉଛି ସବୁୁଠୁ ବଡ଼କଥା । କାରଣ ଯେତେବେଳେ ଆମେ ପାଣିରେ ନାଚୁ, ଜଳର ପ୍ରବାହ ଆମକୁ ଉପରକୁ କିମ୍ବା ପାର୍ଶ୍ୱକୁ ଠେଲିଦିଏ । ଏଭଳି ପରିସ୍ଥିତିରେ ସନ୍ତୁଳନ ବଜାୟ ରଖିବା ଅତ୍ୟନ୍ତ କଷ୍ଟକର । ଯଦି ଆମେ ଏହା ଶିଖିଯିବା ତେବେ ବାକି ସବୁ ସହଜ ହୋଇଯାଏ ।

ସାଧାରଣତଃ ଜଣେ ବ୍ୟକ୍ତି ୩୦ ସେକେଣ୍ଡରୁ ୨ ମିନିଟ୍ ପର୍ଯ୍ୟନ୍ତ ନିଶ୍ୱାସକୁ ପାଣିରେ ରଖିପାରେ । ଏହାଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଆପଣଙ୍କର ନିଶ୍ୱାସକୁ ଧରି ରଖିବା ଦ୍ୱାରା ମସ୍ତିଷ୍କର କ୍ଷତି ହୋଇପାରେ । କିନ୍ତୁ ଜୟଦୀପ ତାଙ୍କ ନିଶ୍ୱାସକୁ ୪ ମିନିଟ୍ ପାଣିରେ ଧରି ନାଚନ୍ତି ।

Leave A Reply

Your email address will not be published.