Latest Odisha News

BREAKING NEWS

ଯେଉଁ ଗାଁକୁ ଗଲେ ବି ପ୍ରଧାନମନ୍ତ୍ରୀ ଆବାସ ଘର ଦେଖିବାକୁ ପାଇଲିନି: ମନ୍ତ୍ରୀ

ଭୁବନେଶ୍ଵର: ମୟୂରଭଞ୍ଜରେ କ୍ଷୟକ୍ଷତି ଆକଳନକୁ ନେଇ ରୋଚକ ତଥ୍ୟ ଦେଲେ ରାଜସ୍ବ ମନ୍ତ୍ରୀ ସୁରେଷ ପୂଜାରୀ । ଯେଉଁ ଗାଁକୁ ଗଲେ ବି ଦେଖିବାକୁ ପାଇଲେନି ଗୋଟେ ହେଲେ ବି ପ୍ରଧାନମନ୍ତ୍ରୀ ଆବାସ ଘର । ଯଦି ସରକାରୀ ଆବାସ ଘର ନିର୍ମାଣ ହୋଇଥାନ୍ତା ତାହେଲେ ଏତେ ପରିମାଣର କ୍ଷତି ହୋଇ ନ ଥାନ୍ତା । ତେଣୁ କିପରି ଭାବେ ଆବାସ ବଣ୍ଟନ ହୋଇଥିଲା ଏଥିରୁ ସ୍ପଷ୍ଟ ଜଣା ପଡୁଛି ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ ।

ମୟୂରଭଞ୍ଜରେ ତାଣ୍ଡବ ରଚିଛି କାଳବୈଶାଖୀ । କୁଆପଥର ବର୍ଷା ସହିତ ପବନ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି । କାଳବୈଶାଖୀର କ୍ଷୟକ୍ଷତି ନେଇ ଗତକାଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମୟୁରଭଞ୍ଜ ଗସ୍ତରେ ଯାଇଥିଲେ । କାଳବୈଶାଖୀ ଆକଳନ କ୍ଷତି ରିପୋର୍ଟ ଆସିଥିବା ବେଳେ ଗତକାଲି ସଂନ୍ଧ୍ୟା ସୁଦ୍ଧା ସମସ୍ତଙ୍କୁ ଟଙ୍କା ମିଳିଯିବ ବୋଲି ମନ୍ତ୍ରୀ କହିଥିଲେ । ସୁରେଶ ପୂଜାରୀଙ୍କ ସହିତ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ କ୍ଷୟକ୍ଷତି ଆକଳନ କରିଥିଲେ । ବାଙ୍ଗରିପୋଷୀ, ବିଶୋଇ, କୁଳିଅଣା, ସାରସକଣା ଓ କରଞ୍ଜିଆ ବ୍ଲକର  ମୋଟ ୧୯ଟି ଗ୍ରାମପଞ୍ଚାୟତର ୪୭ଟି ଗ୍ରାମର ୪୭୭୫ ଲୋକ ପ୍ରଭାବିତ ହୋଇଥିଲେ । ଏଥିରେ ୩୫୦ଟି କଚ୍ଚା ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥବା ବେଳେ ୧୧ଟି କଚ୍ଚା ଘର ନଷ୍ଟ ହୋଇଛି । ସେହିପରି ବିଦ୍ୟୁତ ଯୋଗାଣ, ଜଳ ଯୋଗାଣ, ଗମନାଗମନର ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ସମସ୍ତଙ୍କୁ ଅନଲାଇନ୍‌ରେ ଟଙ୍କା ମିଳିବ କହିଥିଲେ ସୁରେଶ ପୂଜାରୀ । ଯେଉଁମାନଙ୍କ ଆଧାର ଲିଙ୍କ୍‌ ନାହିଁ, ତାଙ୍କୁ ସିଧାସଳଖ ଟଙ୍କା ମିଳିବ ବୋଲି କହିଥିଲେ ସୁରେଶ ପୂଜାରୀ ।

Comments are closed.