Latest Odisha News

BREAKING NEWS

କେଏଲ ରାହୁଲ କହିଲେ ମୁଁ କିଛି ମାତ୍ରାରେ ସ୍ୱାଧୀନତା ଚାହୁଁଥିଲି

ଲକ୍ଷ୍ନୌ: ୱିକେଟକିପର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସ ରାସ୍ତା ଅଲଗା ହୋଇଯାଇଛି । ଲକ୍ଷ୍ନୌ ୨୦୨୫ ମେଗା ନିଲାମ ପାଇଁ ୫ଜଣ ଖେଳାଳିଙ୍କୁ ରିଟେନ କରିଛି । ଏମାନଙ୍କ ମଧ୍ୟରେ ରାହୁଲଙ୍କ ନାମ ନ ଥିଲା । ରାହୁଲ ଗତ ସଂସ୍କରଣରେ ଅଧିନାୟକ ଥିବାରୁ ତାଙ୍କୁ ରିଟେନ କରାଯାଇ ନ ଥିବାରୁ ଏହା ସମସ୍ତଙ୍କୁ ଚକିତ କରିଥିଲା । ତେବେ ୨୦୨୪ରେ ଲକ୍ଷ୍ନୌ ଟିମ ଏକ ମ୍ୟାଚ ହାରିବା ପରେ ଏହାର ମାଲିକ ରାହୁଲଙ୍କ ଉପରେ କ୍ରୋଧୀତ ହେଉଥିବା ଭିଡିଓ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ସେବେଠାରୁ ରାହୁଲ ଏହି ଫ୍ରାଚାଇଜରୁ ନିଜକୁ ଅଲଗା କରିବା ପାଇଁ ଚାହୁଁ ନ ଥିଲେ ।

ଏବେ ଏକ ସାକ୍ଷାତକାରରେ ରାହୁଲ କହିଛନ୍ତି ଯେ, ମୁଁ ଏବେ କିଛି ମାତ୍ରାରେ ସ୍ୱାଧୀନତା ଚାହୁଁଛି । ମୋତେ ହାଲକା ପରିବେଶ ଭଲ ଲାଗେ । ୩୨ ବର୍ଷୀୟ ରାହୁଲଙ୍କ ନେତୃତ୍ୱରେ ଲକ୍ଷ୍ନୌ ୨ଥର ପ୍ଲେ ଅଫରେ ପ୍ରବେଶ କରିଥିବା ବେଳେ ଗତ ଥର ୭ମ ସ୍ଥାନରେ ରହିଥିଲା । ରାହୁଲ ୧୪ ମ୍ୟାଚରେ ୫୨୦ ରନ ସଂଗ୍ରହ କରିଥିଲେ । ରାହୁଲ ଏବେ ମେଗା ନିଲାମରେ ଉପଲବ୍ଧ ହେବେ । ଲକ୍ଷ୍ନୌ ଟିମ ନିକୋଲସ ପୂରନ, ରବି ବିଶ୍ନୋଇ, ମୟଙ୍କ ଯାଦବ, ମୋହଶିନ ଖାଁ ଓ ଆୟୂଷ ବଦାନୀଙ୍କୁ ରିଟେନ କରିଛି ।

Leave A Reply

Your email address will not be published.