Latest Odisha News

BREAKING NEWS

କିଏ କାହା ଟ୍ରାପରେ ? ପ୍ରମୋଦ ସ୍ୱାଇଁଙ୍କ ବୟାନ ପରେ ନୂଆ ଦ୍ୱନ୍ଦ୍ୱ

ଭୁବନେଶ୍ୱର : ଅର୍ଚ୍ଚନା ନାଗ ମାମଲାରେ ଇଡି କରୁଛି ଖୋଳତାଡ଼ । ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁଙ୍କୁ ଇଡି କରିଛି ଜେରା । ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ନାଁରେ ଏତଲା କରିଥିଲେ ଅର୍ଚ୍ଚନା । ୨୦୧୭ ନଭେମ୍ୱର ୧୬ ତାରିଖରେ ଭୁବନେଶ୍ୱର ମହିଳା ଥାନାରେ ଅର୍ଚ୍ଚନା ଏତଲା ଦେଇଥିବା ଜଣାପଡିଛି । ପ୍ରମୋଦଙ୍କ ଅନୁସାରେ, ଅର୍ଚ୍ଚନା ତାଙ୍କୁ ବ୍ଲାକମେଲ୍ କରୁଥିଲେ । ଅର୍ଚ୍ଚନା, ଶ୍ରଦ୍ଧାଞ୍ଜଳି ଓ ଫିଲ୍ମ ପ୍ରଡ୍ୟୁସର । ବ୍ଲାକମେଲ୍ ଷ୍ଟୋରୀରେ ନୂଆ ଦ୍ୱନ୍ଦ୍ୱ ।

ନିଜ ଏତଲାରେ ଅର୍ଚ୍ଚନା ଲେଖଥିଲେଯେ ପ୍ରମୋଦ ତାଙ୍କୁ ଅଭିନୟର ସୁଯୋଗ ଦେବାକୁ କହି ଶାରିରୀକ, ମାନସିକ ନିର୍ଯାତନା ଦେଇଛନ୍ତି । ପ୍ରମୋଦ ତାଙ୍କୁ ଘରେ ରହିବାକୁ କହିଥିଲେ । ପ୍ରମୋଦଙ୍କ ଘରେ ଭଡାରେ ରହୁଥିଲେ ଅର୍ଚ୍ଚନା । ତାଙ୍କୁ ଚା’ ରେ ନିଶା ଦେଇ ଅଚେତ କରି ଫଟୋ ଉଠାଇନେଇଥିଲେ ପ୍ରମୋଦ । ସେ ଅଚେତ ଥିବା ବେଳେ ତାଙ୍କର ଅଶ୍ଳୀଳ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ କରିଥିଲେ । ପ୍ରମୋଦ ତାଙ୍କୁ ବ୍ଲାକ ମେଲ କରୁଥିବା ଅର୍ଚ୍ଚନାଙ୍କ ଏତଲା ଦେଇଥିଲେ ।

ଏହା ଭିତ୍ତିରେ ପୋଲିସ ମାମଲା ରୁଜୁ କରିଥିଲା । ଏଥିରେ କି କାର୍ଯ୍ୟାନୁଷ୍ଠାନ ପୋଲିସ ନେଇଥିଲା ଓ ପ୍ରମୋଦଙ୍କ ସହିତ ଅର୍ଚ୍ଚନା, ଶ୍ରଦ୍ଧାଞ୍ଜଳିଙ୍କ ଲିଙ୍କ୍ ଜାଣିବା ପାଇଁ ଇଡି ତାଙ୍କୁ ଡାକିଛି । ହେଲେ ପ୍ରମୋଦଙ୍କ ଅନୁସାରେ, ଅର୍ଚ୍ଚନା ତାଙ୍କୁ ବ୍ଲାକମେଲ୍ କରୁଥିଲେ । ତେବେ ଏଥିରେ କେତେ ସତ୍ୟାସତ୍ୟ ରହିଛି, ତାହାର ଖିଅ ଖୋଜୁଛି ଇଡି ।

Leave A Reply

Your email address will not be published.