Latest Odisha News

BREAKING NEWS

ଭାରତର ଏହି ପୂର୍ବତନ କ୍ରିକେଟର କହିଲେ ପ୍ରଥମ ଥର ପାଇଁ ଦେଖିବେନି ଭାରତ-ପାକ ମ୍ୟାଚ

କୋଲକାତା: ଭାରତର ପୂର୍ବତନ କ୍ରିକେଟର ମନୋଜ ତିୱାରୀ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ପ୍ରଥମ ଥର ପାଇଁ ମୁଁ ଭାରତ-ପାକିସ୍ତାନ ମ୍ୟାଚ ଦେଖିବି ନାହିଁ । ଚଳିତ ଏସିଆ କପ କ୍ରିକେଟରେ ସେପ୍ଟମ୍ବର ୧୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ ।  ମୁଁ କୌଣସି ଟିମକୁ ଏଥର ସମର୍ଥନ କରିବି ନାହିଁ । ଦେଶର ଯବାନଙ୍କୁ ମୁଁ ସମ୍ମାନ ଦେବାକୁ ଚାହୁଁଛି । ପୂର୍ବରୁ ମନୋଜ ଭାରତର କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ କଡା ସମାଲୋଚନା କରିଥିଲେ । ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଯେଉଁ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଯାଇଛି ସେମାନଙ୍କ ପାଇଁ ମୁଁ ଏହି କାର୍ଯ୍ୟ କରୁଛି ।

ସକାଳେ କ୍ରିକେଟ ଏକାଡେମୀରେ ଦାୟିତ୍ୱ ନିର୍ବାହ କରିବା ପରେ ରାତିରେ ପରିବାର ସହ ସମୟ କାଟିବି ବୋଲି ସେ କହିଛନ୍ତି । ଭାରତୀୟ ଟିମ ଏହି ମ୍ୟାଚ ଖେଳି ନ ଥିଲେ ବିଶେଷ କ୍ଷତି ହୋଇ ନାହାନ୍ତି । ଏହା ଏକ ଭଲ ବାର୍ତା ସମସ୍ତଙ୍କ ନିକଟକୁ ଯାଇଥାନ୍ତା । ସବୁ କିଛି ଘଟିବା ପରେ ମ୍ୟାଚ ହେବା ଦୁର୍ଭାଗ୍ୟପୂର୍ଣ୍ଣ । ସୂଚନାଯୋଗ୍ୟ, ମନୋଜ ଟିଏମସିର ବିଧାୟକ ଏବଂ କ୍ରୀଡା ମନ୍ତ୍ରୀ ଅଛନ୍ତି ।

Comments are closed.