Latest Odisha News

ଜମ୍ମୁ ଓ କଶ୍ମୀରରେ ଜରୁରୀକାଳୀନ ରନୱେର ନିର୍ମାଣ

ଶ୍ରୀନଗର : ଭାରତ ଓ ଚୀନ ମଧ୍ୟରେ ବିବାଦ ବଢିଚାଲିଥିବାରୁ ସୀମାରେ ଉଭୟ ଦେଶ ନିଜର ସୈନିକ ସଂଖ୍ୟା ବଢାଇଚାଲିଛନ୍ତି । ଏଥିପାଇଁ ଜମ୍ମୁ ଓ କଶ୍ମୀରର ଅନନ୍ତନାଗସ୍ଥିତ ବିଜବିହାରା ଠାରେ ଏକ ଜରୁରୀକାଳୀନ ରନୱେର ନିର୍ମାଣ ଆରମ୍ଭ ହୋଇଛି । ଏନଏଚଏଆଇ ପକ୍ଷରୁ ଏବେ ଏହି ରନୱେ ପାଇଁ ମାଟିଖୋଳା ଆରମ୍ଭ ହୋଇଯାଇଛି । ଖୁବଶୀଘ୍ର ଏହି ରନୱେ ଭାରତୀୟ ବାୟୁସେନାର ବ୍ୟବହାର ଉପଯୋଗୀ ହୋଇଯିବ । ତେବେ ଭାରତ-ଚୀନ ବିବାଦ ସହ ଏହି ରନୱେର କୌଣସି ସଂପର୍କ ନାହିଁ ବୋଲି ଭାରତୀୟ ଅଧିକାରୀମାନେ କହିଛନ୍ତି ।

 ଲଢୁଆ ବିମାନ ଓହ୍ଲାଇବା ଓ ଉଡ଼ାଣ ପାଇଁ କଶ୍ମୀର ଘାଟିରେ ଥିବା ଜାତୀୟ ରାଜପଥକୁ ରନୱେ ଭାବେ ଉପଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି ।  ଏହି ରନୱେ ପାଇଁ ପୂର୍ବରୁ ଯୋଜନା ଥିଲା ଓ ଗତ ମାର୍ଚ୍ଚ କିମ୍ବା ଏପ୍ରିଲରେ କାମ ଆରମ୍ଭ ହୋଇଥାନ୍ତା। କିନ୍ତୁ କରୋନା ମହାମାରୀ ଯୋଗୁଁ ଏହି କାମକୁ ସ୍ଥଗିତ ରଖାଯାଇଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି । ଏହା ସଂପୂର୍ଣ ହେବା ପରେ କଶ୍ମୀର ଘାଟିରେ ୩ୟ ରନୱେ ହେବ । ପୂର୍ବରୁ ଶ୍ରୀନଗର ଓ ଅୱନ୍ତିପୁରାରେ ବାୟୁସେନାର ରନୱେ ରହିଛି ।

Leave A Reply

Your email address will not be published.