Latest Odisha News

BREAKING NEWS

ରିୟଲ ହିରୋ ଅଭିନବ…

ଚଣ୍ଡୀଗଡ଼: ଫାଇଟର ବିମାନ ଦୁର୍ଘଟଣାରେ ପାଇଲଟଙ୍କ ମୃତ ଦେହ କ୍ଷେତରୁ ଉଦ୍ଧାର କରଯାଇଛି । ଭାରତୀୟ ବାୟୁ ସେନାର MIG-21 ଫାଇଟର ବିମାନ ପଞ୍ଜାବର ମୋଗା ଜିଲ୍ଲା ସ୍ଥିତ ଲଙ୍ଗିୟାନା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ରାଜସ୍ଥାନର ସୁରତଗଡ଼ ଏୟାରବେସରୁ ଉଡାଣ ଭରି ଥିଲା। ହେଲେ ପଞ୍ଜାବର ଲଙ୍ଗିୟାନା ନିକଟରେ କ୍ରାଶ ହୋଇଯାଇଥିଲା। ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଆବାସିକ ଅଞ୍ଚଳରୁ ୫୦୦ ମିଟର ଦୂରରେ ଏକ କ୍ଷେତରେ ଯାଇ ପଡ଼ିଥିଲା। ଆଖ ପାଖ ଗାଁରେ କିଛି କ୍ଷୟକ୍ଷତି ହୋଇ ନାହିଁ, ହେଲେ ଦୁର୍ଘଟଣାରେ ପାଇଲଟ ଅଭିନବ ଚୌଧୁରୀଙ୍କ ମୃତ୍ୟୁ ହୋଇଯାଇଛି ।


ଫାଇଟର୍ ପାଇଲଟ୍ ଜଣକ ବାସ୍ତବରେ ଜଣେ ହିରୋ । ତାଙ୍କର ବ୍ୟକ୍ତିତ୍ଵ ଆଉ ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ସେ ବେଶ୍ ପ୍ରଶଂସିତ । ସମାଜରେ ତାଙ୍କର କର୍ଯ୍ୟ ପାଇଁ ଚର୍ଚ୍ଚିତ ଅଭିନବ । ୧୭ମାସ ତଳେ ବିବାହ କରିଥିଲେ ଅଭିନବ । ଆଉ ତାଙ୍କର ସେହି ବିବାହ ନେଇ ଅନେକ ପ୍ରଶଂସା ସହ ଚର୍ଚ୍ଚାକୁ ଆସିଥିଲେ । ବାହାଘରରେ ତାଙ୍କୁ ଦିଆଯାଇଥିବା ସମସ୍ତ ଯୌତୁକ ସେ ଫେରାଇ ଦେଇଥିଲେ । ଶୁଭ ସନ୍ତକ ଭାବେ ମାତ୍ର ୧ଟଙ୍କା ଆଣିଥିଲେ ତାଙ୍କ ଶଶୁର ଘରୁ । ଦୁଇ ପରିବାର ସମ୍ପର୍କରେ ଦିଆଯାଇଥିବା ସମ୍ପତ୍ତିର କିଛି ମୂଲ୍ୟ ନାହିଁ । ଲୋକଙ୍କୁ ବୁଝାଇ ସମସ୍ତ ଯୌତୁକ ଫେରାଇ ଦେଇ ବହୁତ୍ ଚର୍ଚ୍ଚିତ ହୋଇଥିଲେ ଅଭିନବ ।

ସେପଟେ ପୁଅର ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ପୁରା ପରିବାର । ଅଭିନବଙ୍କ ଭାଇ ଓ ତାଙ୍କର ବାପା କେନ୍ଦ୍ର ସରକାରଙ୍କ ସହ ଏୟାରଫୋର୍ସକୁ ଦାୟୀ କରିଛନ୍ତି । ଯବାନଙ୍କୁ ପୁରୁଣା ବିମାନ ଦିଆଯାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା ଆଣିଛନ୍ତି ଅଭିଯୋଗ । ତା ସହିତ ଏହି ପୁରୁଣା ବିମାନ ସେବା ନା ଯୋଗାଇବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.