Latest Odisha News

ସୂର୍ଯ୍ୟକିରଣ ଶୋ’ରେ ରାଜଧାନୀର ଆକାଶକୁ ରଙ୍ଗୀନ କଲା ବାୟୁ ସେନା

ଭୁବନେଶ୍ୱର: କୁଆଖାଇ ନଦୀ ପଠାରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଶୋ ପ୍ରଦର୍ଶିତ ହୋଇଛି । ଯେଉଁଥିରେ ଏରୋବେଟିକ୍ ଟିମ୍ ଆକାଶରେ ସାହାସିକ ପ୍ରଦର୍ଶନ କରିଛନ୍ତି । ଏକାସାଙ୍ଗରେ ୯ଟି ହକ୍ ଲଢ଼ୁଆ ବିମାନ ଆକାଶରେ ଉଡ଼ି ସମସ୍ତଙ୍କୁ ଆକର୍ଷିତ କରିଥିଲା । ସୂର୍ଯ୍ୟକିରଣ ଶୋ ଦେଖିବାକୁ କୁଆଖାଇ ନଦୀପଠାରେ ଭିଡ଼ ଜମାଇଥିଲେ ହଜାର ହଜାର ଲୋକ ।

IAF’s Suryakiran Paints Bhubaneswar Skies With Spectacular Air Show, Puri Next

୯ ଗୋଟି ହକ୍ MK-132 ଲଢୁଆ ବିମାନ ଗୋଟିଏ ପରେ ଗୋଟିଏ ଚିତ୍ତାକର୍ଷକ ପ୍ରଦର୍ଶନ କରିଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ସହ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର୍ ମାର୍ଶଲ୍ ଡିକେ ପଟ୍ଟନାୟକ କୂଆଖାଇ ପଠାରେ ଉପସ୍ଥିତ ଥିଲେ ।

IAF’s Suryakiran Paints Bhubaneswar Skies With Spectacular Air Show, Puri Next

ଆସନ୍ତା ୧୮ ତାରିଖରେ ପୁରୀରେ ମଧ୍ୟ ବାୟୁସେନା ପକ୍ଷରୁ ଚିତ୍ତାକର୍ଷକ ଏୟାର ଶୋ ହେବ । ୧୮ ତାରିଖରେ ପୁରୀ ବ୍ଲୁ ଫ୍ଲାଗ୍ ବିଚରେ ବାୟୁ ସେନା ଚିତ୍ତାକର୍ଷକ ପ୍ରଦର୍ଶନ କରିବ ।

IAF’s Suryakiran Paints Bhubaneswar Skies With Spectacular Air Show, Puri Next

ନଜର ପକାନ୍ତୁ ଭୁବନେଶ୍ୱରରେ ଆୟୋଜିତ ସୂର୍ଯ୍ୟକିରଣ ଶୋ’ର ଫଟୋ ଉପରେ…

IAF’s Suryakiran Paints Bhubaneswar Skies With Spectacular Air Show, Puri Next

Comments are closed.