ଭୁବନେଶ୍ୱର: ଜେଲ୍ରୁ ମୁକୁଳିଳେ ନିଲମ୍ବିତ ଆଇଏଏସ୍ ବିଜୟ କେତନ । କୋର୍ଟ ପକ୍ଷରୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ସେ ଝାରପଡା ଜେଲ୍ରୁ ମୁକୁଳିଛନ୍ତି । ସୋମବାର ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା । ଜେଲ୍ରୁ ବାହାରିବା ପରେ ବିଜୟ କେତନ କହିଛନ୍ତି, ଅଦାଲତରେ ମାମଲା ବିଚାରଧୀନ ରହିଛି । କୋର୍ଟ ଯାହା ନିଷ୍ପତ୍ତି ନେବେ ତାକୁ ଗ୍ରହଣ କରିବି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଥିବା ବେଳେ ଏକ ଲକ୍ଷ ଟଙ୍କା ଲାଂଚ ନେବା ଅଭିଯୋଗରେ ବିଜୟ କେତନଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ତେବେ ତାଙ୍କ ପତ୍ନୀ ଲାଂଚ ନେବା ଅଭିଯୋଗକୁ ଖଣ୍ଡନ କରିଥିଲେ ।
ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ଗତ ୧୪ ତାରିଖ ଦିନ ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଗିରଫ ପରେ ତାଙ୍କୁ ଭିଜିଲାନ୍ସ ୬ ଦିନ ରିମାଣ୍ଡରେ ନେଇଥିଲା । ରିମାଣ୍ଡ ସରିବା ପରେ ବିଜୟ କେତନଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା । ତେବେ ଆଜି ହାଇକୋର୍ଟ ବିଜୟ କେତନଙ୍କ ଜାମିନ ମଂଜୁର କରିଛନ୍ତି । ଏହାପରେ ସେ ଜେଲ୍ରୁ ମୁକୁଳିଛନ୍ତି ।
BREAKING NEWS
- କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ: ଜୋଙ୍କ ଥାନା ଆଇଆଇସି ଗୁରୁଦେବ କର୍ମି ନିଲମ୍ବିତ
- ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ତେଜୁଛି ରାଜନୀତି: ପ୍ରେସମିଟ କରି ଗର୍ଜିଲା ବିଜେଡି
- ଶେଷ ହେଲା ଐତିହାସିକ କଟକ ବାଲିଯାତ୍ରା, ୯ ଦିନରେ ୨୫୦ କୋଟି ଟଙ୍କାର ବ୍ୟବସାୟ
- ନିୟମ ଉଲଂଘନ କାରଣରୁ ସିଲ୍ ହେଲା ବାର୍
- ସରକାରୀ କ୍ୱାର୍ଟର ଭଡାରେ ଲଗାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
- ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
- ବ୍ରେକଅପ ପରେ ୟୁପିଆଇରେ ଗାର୍ଲଫ୍ରେଣ୍ଡଙ୍କୁ ହଇରାଣ କରୁଥିଲେ, ୟୁଜର୍ସ କହିଲେ ବ୍ଲକ୍ କରନି…
- ପିଡିଙ୍କୁ ଗିରଫ କରିବାକୁ ଚେତାବନୀ ଦେଲେ ନଗର ଉନ୍ନୟନ ମନ୍ତ୍ରୀ
- ୨୬ରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍
- ଭେଙ୍କେଟେଶଙ୍କୁ ୨୩.୭୫ରେ ନେଲା କେକେଆର
Comments are closed.