Latest Odisha News

BREAKING NEWS

ପୁଣି ବ୍ରହ୍ମପୁର ଉପଜିଲାପାଳ ଦାୟିତ୍ୱ ନେଲେ ଆଇଏଏସ୍‌ କୀର୍ତ୍ତି ଭାସନ

ବ୍ରହ୍ମପୁର:ବ୍ରହ୍ମପୁର ଉପଜିଲାପାଳ ଭାବେ ପୁଣି ଥରେ ୨୦୧୮ ମସିହା ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ୱି.କିର୍ତ୍ତି ଭାସନଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନିକ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏଥି ସହିତ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ ଆୟୁକ୍ତ ନୀଳମାଧବ ଭୋଇଙ୍କୁ ବ୍ରହ୍ମପୁର ଉପଜିଲାପାଳ ଭାବେ ଅତିରିକ୍ତ ଦାୟିିତ୍ୱ ପାଇଁ ଗତ ୨୩ ତାରିଖରେ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ତାହାକୁ ବାତିଲ୍‌ କରିଦିଆଯାଇଛି । ବିଜ୍ଞପ୍ତି ପ୍ରକାଶ ପରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଭି. କୀର୍ତ୍ତି ଭାସନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ଦାୟିତ୍ୱ ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଭାସନ ୨୦୨୦ ସେପ୍ଟେମ୍ବର ୯ ତାରିଖରେ ବ୍ରହ୍ମପୁର ଉପଜିଲାପାଳ ଭାବେ ନିଯୁକ୍ତି ପାଇଥିଲେ । ଗତ ଜୁନ୍‌ ୧୬ ତାରିଖରେ ତାଙ୍କୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଭାବେ ଅବସ୍ଥାପିତ କରାଯାଇଥିଲା ।

କିନ୍ତୁ ତାଙ୍କ ସ୍ଥାନରେ ବ୍ରହ୍ମପୁର ଉପଜିଲାପାଳ ଭାବେ କାହାରିକୁ ନିଯୁକ୍ତି ଦିଆଯାଇନଥିଲା । ବ୍ରହ୍ମପୁର ଉପଖଣ୍ଡ ଅଧିନରେ ବ୍ରହ୍ମପୁର ମହାନଗର ନିଗମ ସମେତ ଗୁରୁତ୍ୱପୂର୍ଣ୍ଣ ସହର ଏବଂ ବ୍ଲକଗୁଡ଼ିକ ରହିଛି । କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ କାହାକୁ ଉପଜିଲାପାଳ ଭାବେ ନିଯୁକ୍ତି ଦିଆଯାଇନଥିବା ଯୋଗୁ ପ୍ରଶାସନିକ କାର୍ଯ୍ୟରେ ଅନେକ ଅସୁବିଧା ସୃଷ୍ଟି ହେଉଥିଲା ।

Leave A Reply

Your email address will not be published.