Latest Odisha News

ମହିଳା କ୍ରିକେଟ: ୪ ବର୍ଷରେ ୧୧ଟିମ ଖେଳିବ ୪୦୦ ମ୍ୟାଚ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ୨୦୨୫ରୁ ୨୦୨୯ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି । ୪ ବର୍ଷ ମଧ୍ୟରେ ୧୧ଟି ମହିଳା ଟିମ ୪୦୦ରୁ ଊର୍ଦ୍ଧ୍ୱ ମ୍ୟାଚ ଖେଳିବେ । ମହିଳା କ୍ରିକେଟରେ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରାଯିବ ବୋଲି ଏହି କାର୍ଯ୍ୟସୂଚୀରେ ଘୋଷଣା କରାଯାଇଛି । ପ୍ରତ୍ୟେକ ଟିମ ଘରେ ଏବଂ ବାହାରେ ଫର୍ମାଟରେ ମ୍ୟାଚ ଖେଳିବେ । ଭାରତୀୟ ମହିଳା ଟିମ ଏହି ୪ ବର୍ଷ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ସହ ତ୍ରିରାଷ୍ଟ୍ରୀୟ ସିରିଜ ଖେଳିବ । ଇଂଲଣ୍ଡରେ ଏହି ବିଶ୍ୱକପ ଖେଳାଯିବ ।

୨୦୨୯ ବିଶ୍ୱକପରେ ୧୧ ଟିମକୁ ସ୍ଥାନ ମିଳିବ ବୋଲି ଘୋଷଣା କରାଯାଇଛି । ୁ ଦିନିକିଆରେ ୪୪ ସିରିଜରେ ୧୩୨ ମ୍ୟାଚ ଖେଳାଯିବ । ଜିମ୍ବାୱେ ପ୍ରଥମ ଥର ଆଇସିସି ମହିଳା ଚାମ୍ପିୟନଶିପରେ ଅଂଶଗ୍ରହଣ କରିବ । ପ୍ରାୟ ସମସ୍ତ ଟେଷ୍ଟ ଖେଳୁଥିବା ଦେଶ ପରସ୍ପର ବିରୋଧରେ ସିରିଜ ଖେଳିବେ ।

Leave A Reply

Your email address will not be published.