Latest Odisha News

ଆମେରିକାରେ ଟି୨୦ ବିଶ୍ୱକପ ଆୟୋଜନ କରି କ୍ଷତି ସହିଲା ବିସିସିଆଇ

ଦୁବାଇ: ଟି୨୦ ବିଶ୍ୱକପ ୨୦୨୪ ସମାପ୍ତ ହେବାର ୨ ସପ୍ତାହରୁ ଅଧିକ ସମୟ ହୋଇଗଲାଣି । ତେବେ ଏହି ବିଶ୍ୱକପରେ ଆମେରିକାରେ ଖେଳାଯାଇଥିବା ମ୍ୟାଚରେ ବିସିସିଆଇ କ୍ଷତି ସହିଛି । କଲମ୍ବୋରେ ଜୁଲାଇ ୧୯ରେ ହେବାକୁ ଥିବା ବାର୍ଷିକ ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହେବ । ଟୁର୍ଣ୍ଣାମେଂଟ ନିର୍ଦ୍ଦେଶକ କ୍ରିସ ଟେଟଲର ଏ ନେଇ ତାଙ୍କ ପଦରୁ ଇସ୍ତଫା ମଧ୍ୟ ଦେଇଛନ୍ତି । ଟି୨୦ ବିଶ୍ୱକପରେ ନ୍ୟୁୟର୍କର ପିଚକୁ ନେଇ ପ୍ରଶ୍ନ ଉଠିଥିଲା । ମ୍ୟାଚ ରୋମାଂଚର ହୋଇ ନ ଥିବା ଫଳରେ ଟିକେଟ ବିକ୍ରି ମଧ୍ୟ ନୈରାଶ୍ୟଜନକ ରହିଥିଲା ।

ନାସାଉ କାଂଉଟି କ୍ରିକେଟ ଷ୍ଟାଡିୟମର ପିଚ ଏବଂ ଆଉଟଫିଲ୍ଡ ଆନ୍ତର୍ଜାତୀୟ ଟି୨୦ ମୁକାବିଲା ସ୍ତରର ନ ଥିଲା । ନ୍ୟୁୟର୍କ ଯଦି କିଛି ଅସୁବିଧା ଥିଲା ତେବେ ଏହା ଅନ୍ୟ ସହରରେ ବି ଆୟୋଜନ କରାଯାଇ ପାରିଥାନ୍ତା । ସେଥିପ୍ରତି କେହି ଗୁରୁତ୍ୱ ନ ଦେବା ବିସିସିଆଇକୁ ଅସନ୍ତୁଷ୍ଟ କରିଛି । ପିଚର ପରୀକ୍ଷଣ ପାଇଁ କିଛି ଅଭ୍ୟାସ ମ୍ୟାଚ ସେଠାରେ କାହିଁକି ଖେଳାଗଲ ନାହିଁ ସେ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Comments are closed.