Latest Odisha News

ଆଇସିସି ବୈଠକରେ ଏହି ସବୁ ପ୍ରସଙ୍ଗରେ ଉପରେ ହେଲା ଆଲୋଚନା

କଲମ୍ବୋ: ଶ୍ରୀଲଙ୍କାରେ ୧୯ରୁ ୨୨ ଜୁଲାଇ ପର୍ଯ୍ୟନ୍ତ ଆଇସିସି ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇସିସିର ସମସ୍ତ ବଡ ଅଧିକାରୀ ଓ ୧୦୮ ସଦସ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ଅନେକଗୁଡିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଆସନ୍ତୁ ନଜର ପକାଇବା ଏହି ପ୍ରସଙ୍ଗଗୁଡିକ ଉପରେ-
ଟି୨୦ ବିଶ୍ୱକପ ୨୦୨୪ର ସମୀକ୍ଷା: ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଟି୨୦ ବିଶ୍ୱକପ ୨୦୨୪ ଆୟୋଜିତ ହୋଇଥିଲା । ଭାରତ ଏଥିରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି । ତେବେ ଏହି ବିଶ୍ୱକପରେ ଆଇସିସିର କ୍ଷତି ହୋଇଥିଲା । ଏବେ ଏହାର ସମୀକ୍ଷା କରାଯିବ । ରୋଜର ଟ୍ୱେସ, ଲସନ ନାୟଡୁ ଓ ଇମ୍ରାନ ଖ୍ୱାଜା ବର୍ଷର ଶେଷ ଭାଗରେ ଆଇସିସିକୁ ରିପୋର୍ଟକୁ ଦେବେ ।

ୟୁଏସଏ ଓ କ୍ରିକେଟ ଚିଲିକୁ ନୋଟିସ: ୟୁଏସଏ କ୍ରିକେଟ ଓ କ୍ରିକେଟ ଚିଲିକୁ ଆଇସିସି ପକ୍ଷରୁ ନୋଟିସ ଦିଆଯାଇଛି । ବିଶୃଙ୍ଖଳିତ ଆଚରଣ ଏବଂ ଆଇସିସି ନିୟମ ଅନୁସାରେ ଚାଲିବା ପାଇଁ ସେମାନଙ୍କୁ ବର୍ଷେ ସମୟ ଦିଆଯାଇଛି ।
ଟି୨୦ ବିଶ୍ୱକପ ୨୦୨୬: ଚିଫ ଏକଜିକ୍ୟୁଟିଭ କମିଟି ଆଇସିସି ପୁରୁଷ ଟି୨୦ ବିଶ୍ୱକପ ୨୦୨୬ ରିଜିଓନାଲ କ୍ୱାଲିଫାଇଂ ପଦ୍ଧତିରେ ସାମାନ୍ୟ ପରିବର୍ତନ କରିଛି । ଏବେ ଆମେରିକାନ ଓ ୟୁରୋପୀୟ ରିଜନରୁ ୨ଟି ଟିମ ଏବଂ ଆମେରିକା ରିଜନରୁ ଗୋଟିଏ ଟିମ କ୍ୱାଲିଫାଇ କରିବେ । ସେହିପରି ଏସୀୟ ଓ ଇଏପି ରିଜନରୁ ୩ଟି ଟିମ ଯୋଗ୍ୟତା ଅର୍ଜନ କରିବେ ।

ମହିଳା କ୍ରିକେଟରେ ସମାନତା: ଆଇସିସି ଉଭୟ ପୁରଷ ମହିଳା କ୍ରିକେଟକୁ ସମାନତା ଦେବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଇସିସି ମହିଳା ଟି୨୦ ବିଶ୍ୱକପ ୨୦୩୦ରେ ୧୨ ବଦଳରେ ୧୬ ଟିମ ଅଂଶଗ୍ରହଣ କରିବେ । ଟି୨୦ ବିଶ୍ୱକପ ୨୦୨୬ ପାଇଁ କଟ ଅଫ ଡେଟ ୩୧ ଅକ୍ଟୋବର ରଖାଯାଇଛି ।
ଅଲିମ୍ପିକ୍ସରେ କ୍ରିକେଟ: ଆଇସିସି ଓ ଅନ୍ୟ ସମସ୍ତ ବୋର୍ଡ କ୍ରିକେଟକୁ ଅଲିମ୍ପିକ୍ସରେ ସାମିଲ କରିବା ପାଇଁ ରାଜି ହୋଇଛନ୍ତି । ଆଇଓସି ମଧ୍ୟ ୨୦୨୮ରେ ଗେମ୍ସରେ କ୍ରିକେଟ ସାମିଲ ହେବ ବୋଲି ଘୋଷଣା କରିଛି । କ୍ରିକେଟକୁ ଲୋକପ୍ରିୟ କରାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି ।

Comments are closed.