Latest Odisha News

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପାଇଁ ୫୪୪ କୋଟି ବିଜେଟ ଚୂଡାନ୍ତ

କଲମ୍ବୋ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ୫୪୪ କୋଟିର ବଜେଟ ଚୂଡାନ୍ତ କରାଯାଇଛି ବୋଲି କ୍ରିକବଜରେ ରିପୋର୍ଟ ପ୍ରକାଶ ପାଇଛି । କଲମ୍ବୋରେ ଅନୁଷ୍ଠିତ ବାର୍ଷିକ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହି ବଜେଟରେ ପାକିସ୍ତାନ ବାହାରେ କିଛି ମ୍ୟାଚ ଆୟୋଜନ କରିବା ନେଇ ଖର୍ଚ୍ଚ ମଧ୍ୟ ସାମିଲ କରାଯାଇଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ପାକିସ୍ତାନରେ ଭାରତ କୌଣସି ମ୍ୟାଚ ଖେଳିବ ନାହିଁ । ଏହା ଶ୍ରୀଲଙ୍କା କିମ୍ବା ୟୁଏଇରେ ଖେଳାଯିବ । ଅବଶ୍ୟ ବିସିସିଆଇ ଏ ପର୍ଯ୍ୟନ୍ତ କୌଣସି ବୟାନ ଜାରୀ କରିନି । ଅବଶ୍ୟ ୬ଟି ଟିମ ପାକିସ୍ତାନ ଯିବା ପାଇଁ ରାଜିତ ହୋଇଛନ୍ତି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ।

୮ଟି ଟିମକୁ ୨ଟି ଗ୍ରୁପରେ ଭାଗ କରାଯାଇଛି । ଗ୍ରୁପ ଏରେ ଭାରତ, ପାକିସ୍ତାନ, ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଗ୍ରୁପ ବିରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ପାକିସ୍ତାନ ରହିଛନ୍ତି । ଏହା ପୂର୍ବରୁ ଏସିଆ କପ ଖେଳିବା ପାଇଁ ମଧ୍ୟ ପାକିସ୍ତାନ ଗସ୍ତରେ ଭାରତ ଯାଇ ନ ଥିଲା । ଭାରତର ମ୍ୟାଚଗୁଡିକୁ ଶ୍ରୀଲଙ୍କାରେ କରାଯାଇଥିଲା ।

Comments are closed.