Latest Odisha News

BREAKING NEWS

ଆଇସିସି ଟି୨୦ ବିଶ୍ୱକପ ଶ୍ରେଷ୍ଠ ଏକାଦଶରେ ଭାରତର ୬ ଖେଳାଳି

ଦୁବାଇ: ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଟି୨୦ ବିଶ୍ୱକପ ୨୦୨୪ ଟାଇଟଲ ହାତେଇଛି । ଇତି ମଧ୍ୟରେ ଆଇସିିସି ଟୁର୍ଣ୍ଣାମେଂଟରେ ଭଲ ପ୍ରଦର୍ଶନକୁ ଭିତି କରି ଶ୍ରେଷ୍ଠ ଏକାଦଶ ଚୟନ କରିଛି । ଭାରତର ୬ଜଣ ଖେଳାଳି ଏଥିରେ ସ୍ଥାନ ପାଇଛନ୍ତି । ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ସ୍ଥାନ ମିଳିନି । ଆଫଗାନିସ୍ତାନର ୩ ଜଣ ଏବଂ ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆର ଜଣେ ଲେଖାଏଁ ଖେଳାଳିଙ୍କୁ ସ୍ଥାନ ମିଳିଛି । ରୋହିତ ଭାରତ ପକ୍ଷରୁ ସର୍ବାଧିକ ୨୫୭ ରନ ସଂଗ୍ରହ କରିଛନ୍ତି । ରୋହିତଙ୍କ ସହ ଗୁରବାଜ ଓପନର ଭାବେ ଚୟନ ହୋଇଛନ୍ତି ।

ନିକୋଲସ ପୂରନ ଓ ସୂର୍ଯ୍ୟକୁମାର ମିଡିଲ ଅର୍ଡର ସମ୍ଭାଳିବେ । ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲଙ୍କୁ ମଧ୍ୟ ଏହି ଦଳରେ ସ୍ଥାନ ମିଳିଛି ।
୨୦୨୪ ଟି୨୦ ଟିମ ଅଫ ଦି ଟୁର୍ଣ୍ଣାମେଂଟ: ରୋହିତ ଶର୍ମା, ରହମାନୁଲ୍ଲାହ ଗୁରବାଜ, ନିକୋଲସ ପୂରନ, ସୂର୍ଯ୍ୟକୁମାର ଯାଦବ, ମାର୍କସ ଷ୍ଟୋଇନିସ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରଶିଦ ଖାଁ, ଯଶପ୍ରୀତ ବୁମରାହ, ଅର୍ଶଦୀପ ସିଂ ଓ ଫଜଲହକ ଫାରୁକୀ ।

Leave A Reply

Your email address will not be published.