Latest Odisha News

BREAKING NEWS

ଆଇସିସି ସହିତ ଚାଲିଛି ଆଲୋଚନା, ସାଉଦି ଆରବରେ ହୋଇପାରେ ଆଉ ଏକ ମହା ଲିଗ

ଦୁବାଇ: ସାଉଦି ଆରବରେ ଏକ ବଡ ଧରଣର ଗ୍ଲୋବାଲ ଟି୨୦ ଲିଗ କ୍ରିକେଟ ଆୟୋଜିତ ହୋଇପାରେ । ଏ ନେଇ ସାଉଦି ଆରବ ଓ ଆଇସିସି ମଧ୍ୟରେ ଆଲୋଚନା ଚାଲିଛି । ଟେନିସ ଲିଗ ଶୈଳୀରେ ଏହାକୁ ଆୟୋଜନ କରିବା ପାଇଁ ବ୍ଲୁ ପ୍ରିଂଟ ପ୍ରସ୍ତୁତ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏଥିରେ ଫ୍ରାଂଚାଇଜ ରହିବେ ମାତ୍ର ଦେଶକୁ ନେଇ ସେମାନେ ଟିମ ପ୍ରସ୍ତୁତ କରିବେ । ସାଉଦି ଆରବ ଏ ନେଇ ମୋଟା ଅଙ୍କର ଅର୍ଥ ଇନଭେଷ୍ଟ କରିବା ପାଇଁ ପ୍ରସ୍ତୁତ ଅଛି । ଅଷ୍ଟ୍ରେଲିଆର ଜଣେ ମହାନ ଖେଳାଳିଙ୍କୁ ଏହି ଲିଗର ରୂପରେଖ ପ୍ରସ୍ତୁତ କରିବା ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି । ଆଇପିଏଲର ସଫଳତା ପରେ ଏବେ ସମସ୍ତେ ଏହି ଭଳି ଲିଗ ଆୟୋଜନ କରି ମାଲାମାଲ ହେବାକୁ ଚାହୁଁଛନ୍ତି ।

୧ଟ୍ରିଲିୟନ ଆମେରିକା ଡଲାର ପୁଂଜି ରାଶି ରଖିଥିବା ସାଉଦି ଆରବର ଏସଆରଜେ ସ୍ପୋର୍ଟ୍ସ ଇନଭେଷ୍ଟମେଂଟସ ଏହାକୁ ଆୟୋଜନ କରିପାରେ । ଏହି ଲିଗ ଆନ୍ତର୍ଜାତୀୟ କ୍ରିକେଟ, ଆଇପିଏଲ ଓ ବିଗ ବାଶ ଲିଗ ପରି ଆଗୁଆ ଆୟୋଜିତ ହେଉଥିବା ଟି୨୦ ପ୍ରତିଯୋଗିତା ମଧ୍ୟରେ ଖାଲି ଥିବା ସମୟରେ ଆୟୋଜିତ ହେବ । ଆଇସିସି ଏ ପର୍ଯ୍ୟନ୍ତ ଏହି ଲିଗକୁ ମଂଜୁରୀ ପ୍ରଦାନ କରି ନାହିଁ ।

Comments are closed.