ନୂଆଦିଲ୍ଲୀ: ଆଇସିସି ବର୍ତ୍ତମାନ୍ ଅନ୍ତର୍ଜାତୀୟ କ୍ରିକେଟରେ ଅନେକ ନୂତନ ନିୟମ ଲାଗୁ କରିଛି। ତେବେ ଆସନ୍ତୁ ଜାଣିବା ନୂତନ ନିୟମ ଅନୁଯାୟୀ କଣ ପରିବର୍ତ୍ତନ କରାଯାଇଛି।
ଟି ୨୦ ଏବଂ ଦିନିକିଆ କ୍ରିକେଟରେ ଷ୍ଟପ୍ କ୍ଲକ୍ ନିୟମ ଲାଗୁ ହେବାର ବର୍ଷେ ପରେ ଆଇସିସି ଏହି ନିୟମ ଟେଷ୍ଟରେ ମଧ୍ୟ ଲାଗୁ କରିଛି।
ଏହି ନୂତନ ନିୟମ ଅନୁଯାୟୀ ଫିଲ୍ଡିଂ ଦଳକୁ ପୂର୍ବ ଓଭର ଶେଷ ହେବାର ଗୋଟିଏ ମିନିଟ୍ ମଧ୍ୟରେ ପରବର୍ତ୍ତୀ ଓଭର ଆରମ୍ଭ କରିବାକୁ ପଡିବ। ନଚେତ୍ ଅମ୍ପାୟାରଙ୍କଠାରୁ ଦୁଇଥର ଚେତାବନୀ ଦିଆଯିବ। ଏହାପରେ ମଧ୍ୟ ଯଦି ଏପରି ହୁଏ ତେବେ ପ୍ରତ୍ୟେକ ଥର ପାଞ୍ଚ ରନର ଜୋରିମାନା ଲାଗୁ କରାଯିବ ଓ ୮୦ ଓଭର ପରେ ପୁଣି ଥରେ ଚେତାବନୀ ଦିଆଯିବ। ତେବେ ଏହି ନିୟମ କେବଳ ୨୦୨୫-୨୭ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପାଇଁ ପ୍ରଯୁଜ୍ୟ ଅଟେ।
Comments are closed.