Latest Odisha News

BREAKING NEWS

ନାସାଉ କ୍ରିକେଟ ଷ୍ଟାଡିୟମକୁ ଦିଆଗଲା ସନ୍ତୋଷଜନକ ରିପୋର୍ଟ

ନ୍ୟୁୟର୍କ: ଟି୨୦ ବିଶ୍ୱକପ ଏଥର ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳା ଯାଇଥିଲା । ନ୍ୟୁୟର୍କର ନାସାଉ କ୍ରିକେଟ ଷ୍ଟାଡିୟମ ପିଚ ନେଇ ଅଂଶଗ୍ରହଣକାରୀ ଟିମ ଅସନ୍ତୋଷ ବ୍ୟକ୍ତ କରିଥିଲେ । ୮ଟି ଯାକ ମ୍ୟାଚ କମ ସ୍କୋର ବିଶିଷ୍ଟ ହୋଇଥିଲା । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ପିଚକୁ ନେଇ ପୂର୍ବରୁ କୌଣସି ରେଟିଂ ଜାରୀ କରି ନ ଥିଲା । ଏଠାରେ ଖେଳାଯାଇଥିବା ୮ଟିରୁ ୬ ମ୍ୟାଚର ପିଚକୁ ନେଇ ଆଇସିସି ସନ୍ତୋଷଜନକ ରେଟିଂ ଦେଇଛି । ଭାରତ-ଆୟର୍ଲାଣ୍ଡ ଓ ଶ୍ରୀଲଙ୍କ-ଦକ୍ଷିଣ ଆଫ୍ରିକା ମ୍ୟାଚ ଖେଳାଯାଇଥିବା ପିଚକୁ ଅସନ୍ତୋଷଜନକ ରେଟିଂ ଦିଆଯାଇଛି । ଆମେରିକାରେ କ୍ରିକେଟକୁ ଲୋକପ୍ରିୟ କରାଇବା ପାଇଁ ଆଇସିସି ଏଠାରେ ଟି୨୦ ବିଶ୍ୱକପ ଆୟୋଜନ କରିଥିଲେ ମଧ୍ୟ ଏହା ଉତ୍ସାହଜନକ ଫଳ ପ୍ରଦାନ କରି ନ ଥିଲା ।

ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚକୁ ଭଲ ରେଟିଂ ମିଳିଛି । ୫୨ ମ୍ୟାଚରୁ କେବଳ ୩ଟି ମ୍ୟାଚର ପିଚକୁ ଆଇସିସି ଖରାପ ବୋଲି ଦର୍ଶାଇଛି । ନାସାଉ ବ୍ୟତୀତ ତ୍ରିନିଦାଦରେ ଖେଳାଯାଇଥିବା ଆଫଗାନିସ୍ତାନ-ଦକ୍ଷିଣ ଆଫ୍ରିକା ମ୍ୟାଚର ପିଚ ଖରାପ ଥିଲା ବୋଲି ଆଇସିସି ରିପୋର୍ଟରେ ଉଲ୍ଲେଖ୍ କରିଛି । ଏହି ପିଚରେ ଆଫଗାନିସ୍ତାନ ୫୬ ରନରେ ଅଲଆଉଟ ହୋଇ ଯାଇଥିଲା ।

Comments are closed.