Latest Odisha News

ବିଶ୍ୱକପ ୨୦୨୩: ଭାରତୀୟ ଅର୍ଥବ୍ୟବସ୍ଥାରେ ୧୧ ହଜାର ୬୩୭ କୋଟିର ଯୋଗଦାନ

ନୂଆଦିଲ୍ଲୀ: ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ ୨୦୨୩ ଆୟୋଜନ କରିବା ଭାରତକୁ ଫାଇଦାରେ ରଖିଛି । ଆର୍ଥୀକ ରୂପରେ ଏହି ଦିିନକିଆ ବିଶ୍ୱକପ କ୍ରିକେଟର ସବୁଠାରୁ ବଡ ଆୟୋଜନ ଭାବେ ସାବ୍ୟସ୍ତ ହୋଇଛି । ଏହି ବିଶ୍ୱକପ ଭାରତକୁ ୧୧ ହଜାର ୬୩୭ କୋଟି ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରିଛି । ଗତ ବର୍ଷ ୫ ଅକ୍ଟୋବରରୁ ଏହା ୧୯ ନଭେମ୍ବର ପର୍ଯ୍ୟନ୍ତ ଖେଳା ଯାଇଥିଲା । ଆଇସିସିର ଏକ ରିପୋର୍ଟ ଅନୁସାରେ ବିଶ୍ୱକପରେ ୧କୋଟି ୨୫ ଲକ୍ଷ ଦର୍ଶକ ଭାଗ ନେଇଥିଲେ । ଯାହା ଫଳରେ ଆୟୋଜନ କରିଥିବା ସହରଗୁଡିକରର ପର୍ଯ୍ୟଟନ, ଯାତ୍ରା, ପରିବହନ ଓ ଭୋଜନ ପ୍ରଭୃତି ମାଧ୍ୟମରେ ୮୬୧.୪ ମିଲିୟନ ଡଲାରର ରାଜସ୍ୱ ପ୍ରାପ୍ତ ହୋଇଛି ।

ପ୍ରଥମ ଥର ପାଇଁ ୭୫ ପ୍ରତିଶତ ଦର୍ଶକ ଏହାର ମଜା ଉଠାଇଛନ୍ତି । ବିଶ୍ୱକପ ଯୋଗୁ ୧୯ ପ୍ରତିଶତ ଅଧିକ ବିଦେଶୀ ପର୍ଯ୍ୟଟକ ଭାରତ ଆସିଥିଲେ । ସଫଳତାର ସହ ଏcହାକୁ ଆୟୋଜନ କରି ଭାରତ ଏକ ସ୍ୱତନ୍ତ୍ର ଛାପ ଛାଡିପାରିଛି । ଏପରିକି ଏହା ୪୮ ହଜାର ଚାକିରୀ ମଧ୍ୟ ସୃଷ୍ଟି କରିଥିଲା । ଭାରତ ଭଲ ପ୍ରଦର୍ଶନ କରିବା ମଧ୍ୟ ଘରୋଇ ଦର୍ଶକଙ୍କୁ ବିଶେଷ ଭାବେ ଏଥିପ୍ରତି ଆକୃଷ୍ଟ କରିଥିଲା ।

Comments are closed.