ନୂଆଦିଲ୍ଲୀ: ୨୦୨୭ ଆଇସିସି ଦିନିକିଆ ବିଶ୍ୱକପ ପାଇଁ ଶନିବାର କ୍ରିକେଟ ଦକ୍ଷିଣ ଆଫ୍ରିକା ଭେନ୍ୟୁ ଘୋଷଣା କରିଛି । ଏହି ବିଶ୍ୱକପ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆ ମିଳିତ ଭାବେ ଆୟୋଜନ କରୁଛନ୍ତି । ୩ ଦେଶରେ ଓଭରାଲ ୫୪ ମ୍ୟାଚ ଖେଳାଯିବ । ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ଦ୍ୱିତୀୟ ଥର ଓ ନାମ୍ବିଆ ପ୍ରଥମ ଥର ପାଇଁ ବିଶ୍ୱକପ ଆୟୋଜନ କରିବାକୁ ଯାଉଛି । ଦକ୍ଷିଣ ଆଫ୍ରିକାରେ ୪୪ ମ୍ୟାଚ ଏବଂ ବାକି ୧୦ଟି ମ୍ୟାଚ ଜିମ୍ବାୱେ ଓ ନାମ୍ବିଆରେ ଖେଳାଯିବ । ଦକ୍ଷିଣ ଆଫ୍ରିକା ଓଭରାଲ ୮ଟି ଷ୍ଟାଡିୟମ ଏହି ମେଗା ଇଭେଂଟ ପାଇଁ ଚୟନ କରିଛି ।
ଜୋହାନ୍ସବର୍ଗର ୱାଣ୍ଡର୍ସ, କେପଟାଉନର ନ୍ୟୁଲାଣ୍ଡସ, ଡର୍ବାନର କିଙ୍ଗସମିଡ, ପ୍ରିଟୋରିୟାର ସେଂଚୁରିଆନ ପାର୍କ, ବ୍ଲୋମଫେଂଟନର ମ୍ୟାଙ୍ଗଗ ଓଭାଲ, ଗକେବେରହାର ସେଂଟ ଜର୍ଜ ପାର୍କ, ଇଷ୍ଟ ଲଣ୍ଡନର ବଫୋଲୋ ପାର୍କ ଓ ପର୍ଲର ବୋଲାଣ୍ଡ ପାର୍କ ରହିଛି । ୨୦୨୭ ବିଶ୍ୱକପରେ ୧୪ଟି ଟିମ ଅଂଶଗ୍ରହଣ କରିବେ । ୨୦୦୩ ବିଶ୍ୱକପ ପରି ଏହାର ଫର୍ମାଟ ହେବ । ୨ଟି ଗ୍ରୁପରେ ୭ଟି ଲେଖାଏଁ ଟିମ ରହିବେ । ୨୦୦୩ରେ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ କେନିୟା ସହ ବିଶ୍ୱକପ ଆୟୋଜନ କରିଥିଲା । ଅଷ୍ଟ୍ରେଲିଆ ଟିମ ଟାଇଟଲ ହାସଲ କରିଥିଲା ।
Comments are closed.