Latest Odisha News

ଆଇସିସି ଦିନିକିଆ ବିଶ୍ୱକପ : ଉଦଘାଟନୀ ମ୍ୟାଚ ପାଇଁ ଘୋଷଣା ହେଲା ଅମ୍ପାୟରଙ୍କ ନାମ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ଉଦଘାଟନୀ ମ୍ୟାଚ ପାଇଁ ଅମ୍ପାୟରଙ୍କ ନାମ ଘୋଷଣା କରିଛି । ଉଦଘାଟନୀ ମ୍ୟାଚ ୫ ଅକ୍ଟୋରରେ ଖେଳଯିବ । ବିଶ୍ୱକପ ୧୯ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଉଦଘାଟନୀ ମ୍ୟାଚରେ କୁମାର ଧର୍ମସେନା ଓ ନୀତିନ ମେନନ ଫିଲ୍ଡ ଅମ୍ପାୟର ଦାୟିତ୍ୱ ତୁଲାଇବେ । ପଲ ୱିଲସନ ଟିଭି ଅମ୍ପାୟର, ଶାହୀଦ ସକୈତ ୪ର୍ଥ ଅମ୍ପାୟର ଓ ମ୍ୟାଚ ରେଫରୀ ଦାୟିତ୍ୱ ଜଭାଗଲ ଶ୍ରୀନାଥ ତୁଲାଇବେ ।

ଭାରତର ୩୯ ବର୍ଷୀୟ ମେନନ ଟୁର୍ଣ୍ଣାମେଂଟର ସବୁଠାରୁ କମ ବୟସ୍କ ଅମ୍ପାୟର ହେବେ । ସେ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପରେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ । ଏଥର ବିଶ୍ୱକପରେ ୪୮ ମ୍ୟାଚ ଖେଳାଯିବ । ୧୯୮୩, ୨୦୧୧ ପରେ ଭାରତ ଘରୋଇ ପରିବେଶରେ ତୃତୀୟ ଥର ପାଇଁ ଟାଇଟଲ ହାସଲ କରିବାକୁ ଚାହିଁବ । ପ୍ରଥମ ଥର ପାଇଁ ଭାରତ ଏକାକୀ ଦିନିକିଆ ବିଶ୍ୱକପ ଆୟୋଜନ କରୁଛି ।

Comments are closed.