ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ବର୍ଡର-ଗାଭାସ୍କର ଟ୍ରଫି ପିଚ ନେଇ ରେଟିଂ ଜାରୀ କରିଛି । ଅଷ୍ଟ୍ରେଲିଆ-ଭାରତ ମଧ୍ୟରେ ଖେଳାଯାଇଥିବା ଏହି ସିରିଜକୁ ଆଇସିସି ଓଭରାଲ ସନ୍ତୋଷଜନକ ରିପୋର୍ଟ ଦେଇଛି । ପର୍ଥ, ଆଡିଲେଡ, ଗାବା ଓ ମେଲବୋର୍ଣ୍ଣ ପିଚକୁ ଭେରୀ ଗୁଡ ଏବଂ ସିଡନୀକୁ ସାଟିଶଫାକ୍ଟରୀ ରିପୋର୍ଟ ଦିଆଯାଇଛି । ୨୦୨୩ ପରଠାରୁ ଆଇସିସି ୬ ବଦଳରେ ପିଚ ରିପୋର୍ଟକୁ ୪ଟି ଶ୍ରେଣୀରେ ଭାଗ କରିଛି । ସେଗୁଡିକ ହେଲା ବହୁତ ଭଲ, ସନ୍ତୋଷଜନକ, ଅସନ୍ତୋଷଜନକ ଓ ଅନୂପଯୁକ୍ତ ।
ପୂର୍ବରୁ ଭାରତର ପୂର୍ବତନ ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ସିଡନୀ ପିଚକୁ ସମାଲୋଚନା କରିଥିଲେ । ୩ ଦିନ ମଧ୍ୟରେ ଏଠାରେ ଖେଳ ଶେଷ ହୋଇଗଲା । ଭାରତରେ ଯଦି ଏ ଭଳି ହୋଇଥାନ୍ତା ତାହାହେଲେ ବେଶ ଚର୍ଚ୍ଚାର କାରଣ ସାଜିଥାନ୍ତା । ଆଇସିସି ରିପୋଟକୁ କ୍ରିକେଟ ଅଷ୍ଟ୍ରେଲିଆ ସଂଚାଳନ ଏବଂ ଶିଡ୍ୟୁଲିଂ ପ୍ରମୂଖ ପିଟର ରୋଚ ପ୍ରଶଂସା କରିଛନ୍ତି । ଆମେ ଭଲ ପିଚ ପ୍ରସ୍ତୁତ ପାଇଁ କଠିନ ପରିଶ୍ରମ କରିଥିଲୁ । ଏଥିଯୋଗୁ ଅଷ୍ଟ୍ରେଲିଆରେ ଟେଷ୍ଟ କ୍ରିକେଟର ଲୋକପ୍ରିୟତା ବଂଚି ରହିଛି । ୧୦ ବର୍ଷ ପରେ ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫି ଜିତିବାରେ ଅଷ୍ଟ୍ରେଲିଆ ସଫଳ ହୋଇଛୁ ।