ଅହମ୍ମଦାବାଦ: ଆଇସିସି ଦ୍ୱାରା ଦିନିକିଆ ବିଶ୍ୱକପ କ୍ରିକେଟ ୨୩ର ସର୍ବଶ୍ରେଷ୍ଠ ଏକାଦଶ ଚୟନ କରାଯାଇଛି । ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଏହି ଦଳରେ ବିରାଟ କୋହଲି, ମହମ୍ମଦ ସାମୀ, ଯଶପ୍ରୀତ ବୁମରାହ, ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲଙ୍କୁ ଦଳରେ ରଖାଯାଇଛି । ଚାମ୍ପିୟନ ଅଷ୍ଟ୍ରେଲିଆର ଆଡାମ ଜାମ୍ପା ଓ ଗ୍ଲେନ ମ୍ୟାକ୍ସୱେଲ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲଣ୍ଡ ଓ ଶ୍ରୀଲଙ୍କାରୁ ଜଣେ ଲେଖାଁଏ ସ୍ଥାନ ପାଇଛନ୍ତି । ଶ୍ରେଷ୍ଠ ଏକାଦଶ ଚୟନ ପାଇଁ ଏକ ପ୍ୟାନେଲ ପ୍ରସ୍ତୁତ କରାଯାଇଥିଲା । ଏହି ପ୍ୟାନେଲରେ ଇଆନ ବିଶପ, କ୍ୟାସ ନାଇଡୁ, ଶେନ ୱାଟସନ, ୱାସିମ ଖାଁ ଓ ସୁନୀଲ ବୈଦ୍ୟ ରହିଥିଲେ ।
ଶ୍ରେଷ୍ଠ ଏକାଦଶ: କ୍ୱିଂଟନ ଡିକକ (ଦକ୍ଷିଣ ଆଫ୍ରିକା, ୱିକେଟ କିପର), ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଡେରେଲ ମିଚେଲ, କେଏଲ ରାହୁଲ, ଗ୍ଲେନ ମ୍ୟାକ୍ସୱେଲ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରାହ, ଦିଲଶାନ ମଧୁଶଙ୍କା, ଆଡାମ ଜାମ୍ପା, ମହମ୍ମଦ ସାମୀ, ଗେରାଲ୍ଡ କୋଲଟଜୀ(ଦ୍ୱାଦଶ ଖେଳାଳି) ।
Comments are closed.