Latest Odisha News

BREAKING NEWS

ପୂନର୍ବାର ଲାଗୁ ହେବ ଆଇସିସିର କେତେକ ନିୟମ

ନୂଆଦିଲ୍ଲୀ:ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଆସନ୍ତା ମାସରୁ କେତେକ ନିମୟରେ ପରିବର୍ତନ କରିବାକୁ ଯାଉଛି । ଦିନିକିଆରେ ଗୋଟିଏ ବଲ ବ୍ୟବହାର ପୂନର୍ବାର ଲାଗୁ ହେବ । ଟେଷ୍ଟ କ୍ରିକେଟରେ ଜୁନରୁ ଏବଂ ଧଳା ବଲ କ୍ରିକେଟ (ଟି୨୦ ଓ ଦିନିକିଆ)ରେ ଏହି ନିୟମ ଜୁଲାଇରେ ଲାଗୁ ହେବ । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପୂର୍ବ ନିମୟ ଲାଗୁ ହେବ । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଆଗାମୀ ଚକ୍ରରୁ ନୂଆ ନିୟମର ବ୍ୟବହାର ହେବ । ଦିନିକିଆରେ ପ୍ରଥମ ଓଭରରୁ ୩୪ ଓଭର ପର୍ଯ୍ୟନ୍ତ ୨ଟି ନୂଆ ବଲର ବ୍ୟବହାର ହେବ । ୩୪ ଓଭର ପରେ ଫିଲ୍ଡିଂ କରୁଥିବା ଟିମ ୨ଟି ବ୍ୟବହୃତ ବଲରୁ ଗୋଟିଏ ବାଛିବ । ଏହା ୩୫ରୁ ୫୦ ଓଭର ପର୍ଯ୍ୟନ୍ତ ବ୍ୟବହାର ହେବ । ଯଦି ମ୍ୟାଚ ୨୫ ଓଭରରୁ କମ ହୁଏ ତେବେ ଉଭୟ ଟିମ ଗୋଟିଏ ଲେଖାଏଁ ନୂଆ ବଲ ବ୍ୟବହାର କରିବେ ।

ପୂର୍ବରୁ ଉଭୟ ପଟୁ ନୂଆ ବଲର ବ୍ୟବହାର ହେଉଥିଲା । ବଲ ଯଦି ସମ୍ପୂର୍ଣ୍ଣ ଭାବେ ଖରାପ ହୋଇ ଯାଇଥିବ ତାହା ପାଇଁ ବିକଳ୍ପ ବ୍ୟବସ୍ଥା ରଖାଯାଇଛି । ଆଇସିସି ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, କେତେକ ପୂରୁଣା ନିୟମ ପୂର୍ବ ଭଳି ଲାଗୁ ରହିବ । ସେହିପରି କନକସନ ନିମୟରେ ମଧ୍ୟ ସାମାନ୍ୟ ପରିବର୍ତନ କରାଯିବ । ମ୍ୟାଚ ଆରମ୍ଭରୁ ପ୍ରତ୍ୟେକ ଟିମ ୫ଜଣ ଖେଳାଳିଙ୍କ ନାମ ଦେବ । ଯଦି କୌଣସି ଖେଳାଳି ଗୁରୁତର ଆଘାତପ୍ରାପ୍ତ ହୁଏ ତେବେ ଏହି ୫ଜଣଙ୍କ ମଧ୍ୟରୁ ଜଣଙ୍କୁ ସାମିଲ କରାଯାଇ ପାରିବ । ବାଉଣ୍ଡ୍ରି ଲାଇନ ଉପରେ କ୍ୟାଚ ଏବଂ ଡିଆରଏସ ନିୟମରେ ମଧ୍ୟ ପରିବର୍ତନ ସମ୍ପର୍କରେ ଖୁବ ଶୀଘ୍ର ଜଣେଇ ଦିଆଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି ।

Comments are closed.