ବ୍ରିସବେନ: ଆଜିଠୁ ଆରମ୍ଭ ହେବ ଆଇସିସି ଟି-୨୦ ବିଶ୍ୱକପ୍ । ଶ୍ରୀଲଙ୍କା ଏବଂ ନାମିବ୍ୟା ମଧ୍ୟରେ ପ୍ରଥମ ମ୍ୟାଚ ଆଜି ଆରମ୍ଭ ହୋଇଛି । ପ୍ରଥମେ ବ୍ୟାଟିଂ କରୁଛି ନାମିବ୍ୟା । ଟି୨୦ ବିଶ୍ୱକପର ଅଷ୍ଟମ ସଂସ୍କରଣ ପାଇଁ ମୋଟ ୧୬ ଟି ଦେଶକୁ ନେଇ ଆୟୋଜିତ ଏହି ବିଶ୍ୱକପ ଅଷ୍ଟ୍ରେଲିଆର ୭ ଟି ଷ୍ଟାଡିୟମରେ ଖେଳ ହେବ । ସବୁ ଟିମର ଖେଳାଳିମାନେ ଅଷ୍ଟ୍ରେଲିଆରେ ପହଁଚି ଜୋରଦାର ଅଭ୍ୟାସ ଆରମ୍ଭ କରିଛନ୍ତି । ଭାରତୀୟ ଖେଳାଳି ମାନେ ସେଠାରେ ଦୁଇଟି ଅଭ୍ୟାସ ମ୍ୟାଚ ଖେଳିବା ପରେ ପାକିସ୍ତାନ ମ୍ୟାଚ ପାଇଁ ଅଭ୍ୟାସ ଜାରି ରଖିଛନ୍ତି ।
All Captains. One Frame. One Goal @T20WorldCup pic.twitter.com/a9Rdj1YhF1
— BCCI (@BCCI) October 15, 2022
ଆଜିଠୁ ପ୍ରଥମ ରାଉଣ୍ଡ ମ୍ୟାଚ ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୨୨ ତାରିଖରୁ ଖେଳାଯିବ ସୁପର ୧୨ ରାଉଣ୍ଡ । ପୂର୍ବରୁ ଖେଳାଯାଇଥିବା ୭ଟି ଟି-୨୦ ବିଶ୍ୱକପରୁ ୨୦୦୭ରେ ଭାରତ ପ୍ରଥମ ଟୁର୍ଣ୍ଣାମେଂଟରେ ବିଜୟୀ ହୋଇଥିଲା । ୱେଷ୍ଟ ଇଣ୍ଡିଜ ଦୁଇଥର ବିଜୟୀ ହୋଇଥିବା ବେଳେ ଭାରତ ସମେତ ପାକିସ୍ଥାନ, ଇଂଲଣ୍ଡ, ଆଷ୍ଟ୍ରେଲିଆ, ଶ୍ରିଲଙ୍କା ଥରଟେ ଲେଖାଏଁ ଟାଇଟଲ ହାସଲ କରିଛନ୍ତି ।
Touchdown Brisbane 📍#TeamIndia pic.twitter.com/HHof4Le3mP
— BCCI (@BCCI) October 15, 2022
ଅଷ୍ଟ୍ରେଲିଆ,ଇଂଲଣ୍ଡ, ଭାରତ, ପାକିସ୍ଥାନ ଏଥର ଫାଇନାଲକୁ ଯିବାକୁ ନେଇ ଖେଳ ପ୍ରଶଂସକମାନେ ଆଶା ରଖିଛନ୍ତି ।
With a dream batting line-up and great bowling options, India head into #T20WorldCup 2022 as title contenders 🏆
Will we see a repeat of 2007? 👀https://t.co/8UqgE6pPPp
— ICC (@ICC) October 16, 2022
Comments are closed.