ନୂଆଦିଲ୍ଲୀ: ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି । ଏହା ସେମାନଙ୍କ ର୍ୟାଙ୍କିଙ୍ଗ ସୁଧାରିବାରେ ସହାୟ ହେଉଛି । ଭାରତୀୟ ଟି୨୦ କ୍ରିକେଟ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ର୍ୟାଙ୍କିଙ୍ଗରେ ଉନ୍ନତି ଘଟିଛି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ସେ ୩ଟି ମ୍ୟାଚରେ ୩୨, ୮୨ ଓ ୫୭ ରନ କରି ଫର୍ମକୁ ଫେରିଛନ୍ତି । ସେ ଏବେ ୭ମ ସ୍ଥାନକୁ ଉନ୍ନୀତ ହୋଇଛି । ସୂର୍ଯ୍ୟକୁମାର ଯାଦବ ପୂର୍ବଭଳି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଇଂଲଣ୍ଡର ଫିଲ ସଲ୍ଟ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ଏହି ସିରିଜରେ ଖେଳୁ ନ ଥିଲେ ମଧ୍ୟ ତିଳକ ବର୍ମା ତୃତୀୟ, ଈଶାନ କିଶାନ ୬୪ତମ, ଶିବମ ଦୁବେ ୫୮ ଓ ରିଙ୍କୁ ସିଂ ୬୮ତମ ସ୍ଥାନରେ ରହିଛନ୍ତି । ବୋଲରଙ୍କ ମଧ୍ୟରେ ଭାରତର ଯଶପ୍ରୀତ ବୁମରାହ ୧୩ ଓ ରବି ବିଶ୍ନୋଇ ୧୯ତମ ସ୍ଥାନରେ ରହିଛନ୍ତି । ବରୁଣ ଚକ୍ରବର୍ତି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଅଲରାଉଣ୍ଡର୍ସ ର୍ୟାଙ୍କିଙ୍ଗରେ ହାର୍ଦ୍ଦିକ ପାଣ୍ଡ୍ୟା ତୃତୀୟ ସ୍ଥାନ ହାସଲ କରିଛନ୍ତି । ଜିମ୍ବାୱେର ସିକନ୍ଦର ରାଜା ଶୀର୍ଷ ସ୍ଥାନରେ ରହିଛନ୍ତି ।