Latest Odisha News

BREAKING NEWS

ଅଶୋଭନୀୟ ବ୍ୟବହାର ନେଇ ଦଣ୍ଡିତ ହେଲେ ହରମନପ୍ରୀତ

ଢ଼ାକା: ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଭାରତୀୟ ଦଳର ଅଧିନାୟିକା ହରମନପ୍ରୀତ କୌର ଦଣ୍ଡିତ ହୋଇଛନ୍ତି । ନିଷ୍ପତି ନେଇ ଅମ୍ପାୟରଙ୍କ ସହ ସେ ଯୁକ୍ତିତର୍କ କରଥିଲେ । ପରେ ୱିକେଟକୁ ବ୍ୟାଟରେ ଭାଙ୍ଗି ଦେଇଥିଲେ । ଏବେ ତାଙ୍କ ମ୍ୟାଚ ଫିର ୭୫ ପ୍ରତିଶତ ଅର୍ଥ ଜରିମାନା ବାବଦରେ କଟାଯାଇଛି । ଅନୁଚିତ ବ୍ୟବହାର ପାଇଁ ୫୦ ପ୍ରତିଶତ ଓ ମ୍ୟାଚ ପରେ ଦେଇଥିବା ବୟାନ ନେଇ ୨୫ ପ୍ରତିଶତ ଅର୍ଥ କଟାଯାଇଛି । ଏହା ବ୍ୟତୀତ ତାଙ୍କୁ ୩ ଡିମେରିଟ ଅଙ୍କର ସଜା ମଧ୍ୟ ମିଳିଛି । ୨୪ ମାସ ମଧ୍ୟରେ ଯଦି ଜଣେ ଖେଳାଳିଙ୍କୁ ୪ ଡିମେରିଟ ଅଙ୍କ ମିଳିବ ତାଙ୍କୁ ଗୋଟିଏ ଟେଷ୍ଟ କିମ୍ବା ୨ଟି ଦିନିକିଆ ମ୍ୟାଚରୁ ବାସନ୍ଦ ହେବାକୁ ପଡିବ ।

ତୃତୀୟ ଦିନିକିଆରେ ବାଂଲାଦେଶ ଦ୍ୱାରା ଦିଆଯାଇଥିବା ଟାର୍ଗେଟ ୨୨୫ ରନର ପିଛା କରି ଭାରତ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ପରେ ନାଟକୀୟ ଢ଼ଙ୍ଗରେ ୱିକେଟ ପଡିବା ଯୋଗୁ ମ୍ୟାଚ ଟାଇ ହୋଇଥିଲା । ହରମନପ୍ରୀତ ମ୍ୟାଚରେ ଅମ୍ପାୟରଙ୍କ ନିଷ୍ପତି ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

Comments are closed.