ଦୁବାଇ: ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶୀର୍ଷ ୨୦ରୁ ବାଦ ପଡିଛନ୍ତି । କୋହଲି ୮ଟି ସ୍ଥାନ ତଳକୁ ଖସି ୨୨ ନମ୍ବର ସ୍ଥାନରେ ରହିଛନ୍ତି । ଅପରପକ୍ଷରେ ରିଷଭ ପନ୍ତ ୫ଟି ସ୍ଥାନ ଉନ୍ନୀତ ହୋଇ ଷଷ୍ଠ ସ୍ଥାନ ହାସଲ କରିଛନ୍ତି । ଶୁଭମନ ଗିଲ ୧୬ତମ ସ୍ଥାନରେ ରହିଛନ୍ତି । ଭାରତୀୟ ବୋଲରଙ୍କ ମଧ୍ୟରେ ଯଶପ୍ରୀତ ବୁମରାହ ୨ୟ ସ୍ଥାନରେ ରହିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱୀନ ଗୋଟିଏ ସ୍ଥାନ ତଳକୁ ଖସି ୫ମ ସ୍ଥାନରେ ରହିଛନ୍ତି । ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜୋ ରୁଟ ପୂର୍ବ ଭଳି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । କେନ ୱିଲିୟମସନ, ହ୍ୟାରୀ ବ୍ରୁକ, ଯଶସ୍ୱୀ ଜୈସୱାଲ ଓ ଷ୍ଟିଭ ସ୍ମିଥ ୨ୟରୁ ୫ମ ସ୍ଥାନରେ ରହିଛନ୍ତି ।
ବୋଲରଙ୍କ ମଧ୍ୟରେ କାଗିସୋ ରାବାଡା ପ୍ରଥମ ସ୍ଥାନରେ ରହିଛନ୍ତି । ବୁମରାହ ୨ୟ ଏବଂ ଜୋଶ ହାଜେଲଉଡ ତୃତୀୟ ସ୍ଥାନ ହାସଲ କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ପନ୍ତ ଓ ଗିଲ ଭଲ ପ୍ରଦର୍ଶନ କରିଥିବାରୁ ସେମାନଙ୍କ ର୍ୟାଙ୍କିଙ୍ଗରେ ସୁଧାର ହୋଇଛି । ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ୨ଟି ସ୍ଥାନ ତଳକୁ ଖସି ୨୬ତମ ସ୍ଥାନରେ ରହିଛନ୍ତି ।