ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ୧-୩ରେ ହାରିବା ପରେ ଭାରତର ର୍ୟାଙ୍କିଙ୍ଗରେ ଅବନ୍ନତି ଘଟିଛି । ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗରେ ଭାରତ ଏବେ ତୃତୀୟ ସ୍ଥାନରେ ରହିଛି । ୨୦୧୬ ପରେ ଭାରତ ଦ୍ୱିତୀୟ ଥର ପାଇଁ ଆଇସିସି ଟେଷ୍ଟ ଟିମ ର୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନରେ ପଂହଚିଛି । ଭାରତର ରେଟିଂ ପଂଏଟ ୧୦୯ ରହିଛି । ଅଷ୍ଟ୍ରେଲିଆ(୧୨୬) ଓ ଦକ୍ଷିଣ ଆଫ୍ରିକା (୧୧୨) ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପାକିସ୍ତାନକୁ ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ହରାଇ ଭଲ ସ୍ଥିତିରେ ରହିଛି ।
୨୦୧୯-୨୧ ଓ ୨୦୨୧-୨୩ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ଭାରତ ପ୍ରବେଶ କରିଥିଲେ ମଧ୍ୟ ଏଥର ପ୍ରଶଂସକଙ୍କୁ ନିରାଶ କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ ଏବଂ ବର୍ଡର-ଗାଭାସ୍କର ଟ୍ରଫି ହାରିବା ଟିମ ଇଣ୍ଡିଆ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା ।