ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଟି୨୦ ବିଶ୍ୱକପ କାର୍ଯ୍ୟସୂଚୀ ବିବାଦ ନେଇ ବାଂଲାଦେଶ ବୋର୍ଡକୁ ଭେଟିବ । ବିସିସିଆଇ ବାଂଲାଦେଶର ପେସ ବୋଲର ମୁସ୍ତାଫିଜୁର ରହେମାନଙ୍କୁ ଆଇପିଏଲରେ ଖେଳିବା ପାଇଁ ଅନୁମତି ଦେଇ ନ ଥିଲା । ଏଥିରେ ଅସନ୍ତୋଷ ବ୍ୟକ୍ତ କରି ବାଂଲାଦେଶ ବୋର୍ଡ ଭାରତରେ ଟି୨୦ ବିଶ୍ୱକପ ମ୍ୟାଚ ଖେଳିବାକୁ ଯିବନି ବୋଲି କହିଥିଲା । ୨୦୨୬ ଟି୨୦ ବିଶ୍ୱକପ ୭ ଫେବୃୟାରୀରୁ ୮ ମାର୍ଚ୍ଚ ପର୍ଯ୍ୟନ୍ତ ଆୟୋଜିତ ହେବ ଭାରତ ଓ ଶ୍ରୀଲଙ୍କାରେ ଏହି ମ୍ୟାଚ ଖେଳାଯିବ । ପୂର୍ବରୁ ପାକିସ୍ତାନ ମଧ୍ୟ ଭାରତରେ ମ୍ୟାଚ ଖେଳିବ ନାହିଁ ବୋଲି ମନା କରିଦେଇଛି । ଏବେ ବାଂଲାଦେଶ ତାର ମ୍ୟାଚ ଶ୍ରୀଲଙ୍କାରେ କରିବା ପାଇଁ କହିଛି ।
ଆଇସିସି ଏବେ ବିସିବି ଓ ବିସିସିଆଇ ସହ ବିବାଦର ସମାଧାନ ନେଇ ଆଲୋଚନା କରିବ । ଗ୍ରୁପ ଷ୍ଟେଜ ମୁକାବିଲାର ଟିକେଟ ବିକ୍ରି ଆରମ୍ଭ ହୋଇଛି । କାର୍ଯ୍ୟସୂଚୀରେ ପରିବର୍ତନ କରାଗଲେ ନିୟମ ଅନୁସାରେ ଆଇସିସିକୁ ଟିକେଟ ଅର୍ଥ ଫେରସ୍ତ କରିବାକୁ ପଡିବ । ଡିସେମ୍ବର ୧୬ରେ କେକେଆର ବାଂଲାଦେଶର ମୁସ୍ତାଫିଜୁରଙ୍କୁ ୯.୨୦ କୋଟି ଟଙ୍କାରେ କିଣିଥିଲେ । ମୁସ୍ତାଫିଜୁର ଆଇପିଏଲରୁ ହଟିବା ପରେ ଏବେ ବାଂଲାଦେଶର ଏହାର ପ୍ରସାରଣ ବନ୍ଦ କରାଯାଇଛି ।