Latest Odisha News

BREAKING NEWS

ପ୍ରସାରଣ ଓ ଡିଜିଟାଲରେ ସମସ୍ତ ରେକର୍ଡ ଭାଙ୍ଗିଲା ଆଇସିସି ଦିନିକିଆ ବିଶ୍ୱକପ

ନୂଆଦିଲ୍ଲୀ: ଭାରତରେ ଆୟୋଜିତ ହୋଇଥିବା ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ଅନେକ କୀର୍ତିମାନ ସ୍ଥାପନ କରିଛି । ଏହା ସବୁଠାରୁ ସଫଳ ବିଶ୍ୱକପ ଭାବେ ମଧ୍ୟ ବିବେଚନା କରାଯାଉଛି । ଆଇସିସି ପକ୍ଷରୁ ଜାରୀ ରିପୋର୍ଟରେ ଦର୍ଶାଯାଇଛି ଯେ, ବିଶ୍ୱକପ ପ୍ରସାରଣ ଓ ଡିଜିଟାଲରେ ସମସ୍ତ ପୂର୍ବ ରେକର୍ଡ ଭଙ୍ଗ କରିଛି । ପ୍ରଥମ ଥର ପାଇଁ ଆଇସିସିର କୌଣସି ଟୁର୍ଣ୍ଣାମେଂଟକୁ ୧ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ମିନିଟ ଦର୍ଶକମାନେ ଦେଖିଛନ୍ତି । ଏଥିରେ ଭର୍ଟିକାଲ ଭିଡିଓ ଫିଡ ଟେକନିକର ମଧ୍ୟ ବିଶେଷ ଯୋଗଦାନ ରହିଛି । ୨୦୧୧ ବିଶ୍ୱକପ ତୁଳନାରେ ୩୮ ପ୍ରତିଶତ ଅଧିକ ଦେଖାଯାଇଛି । ସେହିପରି ୨୦୧୯ ବିଶ୍ୱକପ ତୁଳନାରେ ୧୭ ପ୍ରତିଶତ ଅଧିକ ସମୟ ଦର୍ଶକ ଏହାକୁ ଉପଭୋଗ କରିଛନ୍ତି । ଡିଜନୀ ଷ୍ଟାର ନେଟୱର୍କ ଭାରତୀୟ ଦର୍ଶକ ୪୨୨ ବିଲିୟନ ମିନିଟ ଏହାକୁ ଦେଖିଛନ୍ତି ।

ଭାରତ ବାହାରେ ଇଂଲଣ୍ଡରେ ୮୦୦ ଘଂଟା ଲାଇଭ ମ୍ୟାଚ ଦେଖାଯାଇଛି । ଅଷ୍ଟ୍ରେଲିଆର ପୂର୍ବ ସଫଳତା କାରଣ ଯୋଗୁ ଫାଇନାଲରେ ଅବିଶ୍ୱସନୀୟ ରେକର୍ଡ ସୃଷ୍ଟି ହୋଇଥିଲା । ୧୬.୯ ବିଲିୟନ ଭ୍ୟୁଜ ଏହାକୁ ମିଳିଛି । ଆଫଗାନିସ୍ତାନ ବିପକ୍ଷରେ ଗ୍ଲେନ ମ୍ୟାକ୍ସୱେଲଙ୍କ ସ୍ମରଣୀୟ ଶତକ ଭିଡିଓକୁ ୫୦ ମିଲିୟନରୁ ଅଧିକ ଥର ଦେଖାଯାଇଛି । ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କ ଆଲିଙ୍ଗନ ଭିଡିଓକୁ ଇନଷ୍ଟାଗ୍ରାମରେ ୪୦ ମିଲିୟନ ଭ୍ୟୁଜ ମିଳିଛି ।

Comments are closed.