Latest Odisha News

BREAKING NEWS

ମହିଳା ଟି୨୦ ବିଶ୍ୱକପ: ଅକ୍ଟୋବର ୬ରେ ଭାରତ-ପାକିସ୍ତାନ ମୁକାବିଲା

ଦୁବାଇ: ଅକ୍ଟୋବର ୩ରୁ ଆଇସିିସି ମହିଳା ଟି୨୦ ବିଶ୍ୱକପ ୟୁଏଇରେ ଆରମ୍ଭ ହେବ । ଏହା ପ୍ରଥମେ ବାଂଲାଦେଶରେ ଆୟୋଜିତ ହେବାକୁ ଥିଲା । ସେଠାକାର ଅଶାନ୍ତି ପରିବେଶ ପରେ ଏବେ ଏହାକୁ ୟୁଏଇକୁ ସ୍ଥାନାନ୍ତରିତ କରାଯାଇଛି । ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୬ରେ ଦୁବାଇରେ ଖେଳାଯିବ । କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତନ କରାଯାଇ ଏବେ ଏହାକୁ ଘୋଷଣା କରାଯାଇଛି । ୧୦ଟି ଟିମକୁ ୨ଟି ଭାଗରେ ବଂଟା ଯାଇଛି । ଗ୍ରୁପ ଏରେ ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କା ରହିଥିବା ବେଳେ ଗ୍ରୁପ ବିରେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ, ବାଂଲାଦେଶ ଓ ସ୍କଟଲାଣ୍ଡ ରହିଛନ୍ତି ।

ସେପ୍ଟମ୍ବର ୨୮ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଅଭ୍ୟାସ ମ୍ୟାଚ ଖେଳାଯିବ । ପ୍ରତ୍ୟେକ ଟିମ ଗ୍ରୁପ ପର୍ଯ୍ୟାୟରେ ୪ଟି ମ୍ୟାଚ ଖେଳିବେ । ୨ଟି ଗ୍ରୁପର ଶ୍ରେଷ୍ଠ ୪ଟି ଟିମ ସେମିରେ ପ୍ରବେଶ କରିବେ । ୧୭ ଓ ୧୮ ଅକ୍ଟୋବରରେ ସେମି ଏବଂ ୨୦ରେ ଫାଇନାଲ ମ୍ୟାଚ ଦୁବାଇରେ ଖେଳାଯିବ । ଭାରତ ସେମିରେ ପ୍ରବେଶ କଲେ ସେମିଫାଇନାଲ-୧ ଟିମ ଭାବେ ଖେଳିବ । ଦୁବାଇ ଓ ଶାରଜାରେ ୨୩ଟି ମ୍ୟାଚ ଖେଳାଯିବ । ଭାରତ ଅକ୍ଟୋବର ୪ରେ ନ୍ୟୁଜିଲାଣ୍ଡକୁ ଏବଂ ଅକ୍ଟୋବର ୯ରେ ଶ୍ରୀଲଙ୍କାକୁ ଭେଟିବ । ଏହା ପରେ ଅକ୍ଟୋବର ୧୩ରେ ଅଷ୍ଟ୍ରେଲିଆକୁ ସାମ୍ନା କରିବ ।

Comments are closed.