Latest Odisha News

BREAKING NEWS

ବିଶ୍ୱକପ କ୍ରିକେଟ: ଦକ୍ଷିଣ ଆଫ୍ରିକାକୁ ୧୦୪ ରନରେ ପରାସ୍ତ କଲା ଇଂଲଣ୍ଡ

ଲଣ୍ଡନ: ଇଂଲଣ୍ଡର ଓଭାଲଠାରେ ବିଶ୍ୱକପ ଆରମ୍ଭ ହୋଇଥିବା ବେଳେ ଓଭାଲଠାରେ ୧ମ ମ୍ୟାଚରେ ଇଂଲଣ୍ଡ ଦକ୍ଷିଣ ଆଫ୍ରିକାକୁ ୧୦୪ ରନରେ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଛି ।

ଇଂଲଣ୍ଡ ୧ମ ଇନିଂସରେ ୩୧୧ ରନ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୩୯.୫ ଓଭରରେ ସମସ୍ତ ୱିକେଟ ହରାଇ ୨୦୭ ରନ କରିବାକୁ ସକ୍ଷମ ହୋଇଛି ।

ଇଂଲଣ୍ଡ ପକ୍ଷରୁ ଆର୍ଚର ୩ଟି, ପ୍ଲଙ୍କେଟ ଓ ଷ୍ଟୋକ୍ସ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିପାରିଛନ୍ତି । ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ କକ୍ ୬୮ ଏବଂ ହି ଭାନ ଦେର ଦସେନ ୫୦ ରନ ସ୍କୋର କରିଛନ୍ତି ।

ଇଂଲଣ୍ଡ ଖେଳାଳି ବେନ ଷ୍ଟୋକ୍ସ ପ୍ଲେୟାର ଅଫ ଦି ମ୍ୟାଚ ଘୋଷିତ ହୋଇଛନ୍ତି ।

ଭାରତ ଜୁନ ୫ ତାରିଖରେ ଦକ୍ଷିଣ ଆପ୍ରିକାକୁ ଭେଟୁଛି ।

Leave A Reply

Your email address will not be published.