Latest Odisha News

BREAKING NEWS

ଆଇସିସି ଦିନିକିଆ ବିଶ୍ୱକପ: ତାଜମହଲ ଆଗରେ ପ୍ରଦର୍ଶିତ ହେଲା ଟ୍ରଫି

ନୂଆଦିଲ୍ଲୀ: ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପର ଜ୍ୱର ବଢିବା ଆରମ୍ଭ ହୋଇଛି । ଏହା ଆରମ୍ଭ ହେବାକୁ ଆଉ ୪୯ ଦି ବାକି ରହିଛି । ଇତି ମଧ୍ୟରେ ବିଶ୍ୱକପ ଟ୍ରଫି ବିଭିନ୍ନ ସ୍ଥାନ ପରିକ୍ରମା କରିବାରେ ଲାଗିଛି । ତାଜମହଲ ନିକଟରେ ଟ୍ରଫି ପଂହଚିବା ପରେ ଦର୍ଶକଙ୍କ ଏଥିପ୍ରତି ଆକୃଷ୍ଟ ବଢ଼ିବାରେ ଲାଗିଛି ଅକ୍ଟୋବର ୫ ତାରିଖରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଦେଶର ୧୨ଟି ସହରରେ ମୋଟ ୪୮ ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଖେଳାଯିବାକୁ ଥିବାବେଳେ ଫାଇନାଲ ନଭେମ୍ବର ୨୯ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯିବ ।

ଚେନ୍ନାଇରେ ଭାରତ ଅକ୍ଟୋବର ୮ ତାରିଖରେ ଅଷ୍ଟ୍ରେଲିଆ ସହିତ  ଆଭିଯାନ ଆରମ୍ଭ କରିବ। ଆଇସିସି ବିଶ୍ୱକପ୍ କ୍ରିକେଟ୍ ଟ୍ରଫି ୧୮ଟି ଦେଶ ଗସ୍ତ କଲାପରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଏକ ଉତ୍ସବମୁଖର ବାତାବରଣ ସୃଷ୍ଟି କରିବା । ଅଗଷ୍ଟ ୧୬ ତାରିଖରେ ଏହି ଟ୍ରଫି ଆଗ୍ରାର ତାଜମହଲରେ ପହଞ୍ଚିଥିଲା ଓ ସେଠାରେ ପ୍ରାରମ୍ଭିକ ଫଟୋକୁ ଆଇସିସି ତାର ନିଜର ଟ୍ୱିଟର ଆକାଉଂଟରେ କ୍ୟାପ୍‌ସନ ସହ ସେୟାର କରିବା ସହିତ କ୍ରିକେଟ ବିଶ୍ୱକପ୍ ଆଉ ୫୦ ଦିନ ବାକି ରହିଲା ବୋଲି ସେହି ପୋଷ୍ଟରେ କୁହାଯାଇଛି ।

Comments are closed.