Latest Odisha News

WTC ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନକୁ ଉଠିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ : ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ଲମ୍ୱ ଡିଆଁ ମାରିଲା ଟିମ୍ ଇଣ୍ଡିଆ । ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ରେସ୍ ଏବେ ଅଧିକ ରୋମାଞ୍ଚକ ହେଉଛି । ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନ ହାସଲ କରିଛି ଟିମ୍ ଇଣ୍ଡିଆ । ଏପରି ସମ୍ଭବ ହୋଇଛି ସାଉଥ୍ ଆଫ୍ରିକାକୁ ଅଷ୍ଟ୍ରେଲିଆ ହରାଇବା ପରେ । ବ୍ରିସବେନର ଗବା ଷ୍ଟାଡିଅମରେ ଖେଳାଯାଇଥିବା ମ୍ୟାଚରେ ଅଷ୍ଟେଲିଆ ୬ ଓ୍ୱିକେଟରେ ଜିତିଛି । ଏହାର ବମ୍ପର ଫାଇଦା ଭାରତକୁ ମିଳିଛି ।

ବାଂଲାଦେଶକୁ ହରାଇବା ପରେ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉଠିଥିଲା ଭାରତ ।  ଏପରିକି ଜିତ୍ ପର୍ସେଣ୍ଟେଜ୍ ବି ବଢି ୫୫% ହୋଇଥିଲା । ବାଂଲାଦେଶକୁ ୧୮୮ ରନରେ ପରାସ୍ତ କରିଥିଲା ଭାରତ ।

ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ହରାଇବା ପରେ ବିଶ୍ଵ ଟେଷ୍ଟ ଚାମ୍ପିୟନସିପରେ ଭାରତା ଆଗକୁ ଅଷ୍ଟ୍ରେଲିଆ ରହିଛି । ଅଷ୍ଟ୍ରେଲିଆର ଜିତ୍ ପ୍ରତିଶତ ୭୬.୯୨ ରହିଥିବାରୁ ଏହା ଫାଇନାଲ ନିକଟତର ହୋଇଛି । ୧୨୦ ପଏଣ୍ଟ ସହିତ ଟପ୍ ରେ ଅଛି ଅଷ୍ଟ୍ରେଲିଆ । ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୧-୨୩ରେ ଏଯାବତ୍ ୯ଟି ମ୍ୟାଚ୍ ଜିତିଛି । ଗୋଟିଏରେ ହାରିଥିବାବେଳେ ତିନୋଟି ଡ୍ର ରହିଛି ।

ସେପଟେ ଭାରତ ଏଯାଏଁ ୭ଟି ମ୍ୟାଚ୍ ଜିତିଛି, ୪ଟି ହାରିଛି ଓ ଦୁଇଟି ଡ୍ର ରହିଛି । ଭାରତ ୮୭ ପଏଣ୍ଟ ସହିତ ୫୫.୭୭% ହାସଲ କରି ୨ୟ ସ୍ଥାନ ପକ୍କା କରିଛି । ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ଦକ୍ଷିଣ ଆଫ୍ରିକା ଏବେ ୫୪.୫୫% ତଥା ୭୨ ପଏଣ୍ଟ ସହିତ ତୃତୀୟ ସ୍ଥାନକୁ ଖସିଛି ।

ଅଷ୍ଟ୍ରେଲିଆ ଏବେ ଦକ୍ଷିଣ ଆଫ୍ରିକା ସହିତ ୨ଟି ଟେଷ୍ଟ ମ୍ୟାଚ ଖେଳିବା ବାକି ଅଛି । ଏହା ପରେ ଫେବୃଆରୀ-ମାର୍ଚ୍ଚରେ ୪ଟି ଟେଷ୍ଟ ମ୍ୟାଚ୍ ସିରିଜ୍ ପାଇଁ ଭାରତ ଆସିବ ଅଷ୍ଟ୍ରେଲିଆ । ଆସନ୍ତା ବର୍ଷ ହେବାକୁ ଥିବା ଫାଇନାଲ ଟିମ୍ ଚୂଡାନ୍ତ ହେବ । ଶ୍ରୀଲଙ୍କା ୪ର୍ଥ ସ୍ଥାନ ଓ ଇଂଲଣ୍ଡ ୫ମ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.