Latest Odisha News

BREAKING NEWS

ବିଜାପୁରେ ନକ୍ସଲି ଆକ୍ରମଣ, ଛତିଶଗଡ଼ର ଯବାନ ସହିଦ

ରାୟପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ରବିବାର ସନ୍ଧ୍ୟାରେ ଏକ ବଡ଼ ଧରଣର ଆକ୍ରମଣ ଖବର ସାମ୍ନାକୁ ଆସିଛି। ଏହି ଆକ୍ରମଣରେ ଛତିଶଗଡ଼ର ସିଆରପିଏଫ ଯବାନ ସହିଦ ହୋଇଥିବା ନେଇ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ରବିବାର ଅପରାହ୍ନରେ ବିଜାପୁର ଜିଲ୍ଲାର ମିରତୁର ପୋଲିସ ଷ୍ଟେସନ ଅନ୍ତର୍ଗତ ଥିବା ବେଚାପାଲ ପଦମପଡ଼ା ଗ୍ରାମରେ ନକ୍ସଲମାନଙ୍କ ଦ୍ୱାରା ଆଇଡି ବିଛାଯାଇଥିଲା। ଏହି ଆଇଡି ବିସ୍ଫୋରଣ ହେବା କାରଣରୁ ଜଣେ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଛତିଶଗଡର ସଶସ୍ତ୍ର ବାହିନୀର ଜଣେ ହେଡ କନଷ୍ଟେବଳ ସହିଦ ହୋଇଥିବାବେଳେ ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା ଏକ ପ୍ରେସର ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ ରବିବାର ଛତିଶଗଡର ବିଜାପୁର ଜିଲ୍ଲାରେ ବିସ୍ଫୋରଣ ହୋଇଥିଲା। ପୋଲିସ ଏନେଇ ସୂଚନା ପ୍ରଦାନ କରିଛି।

ପୋଲିସ ଅଧିକାରୀ କହିଛନ୍ତି ଯେ ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାର ମିରତୁର ପୋଲିସ ଷ୍ଟେସନ ଅଞ୍ଚଳର ବେଚାପାଲ ପଦମପଡ଼ା ଗ୍ରାମ ନିକଟରେ ଅପରାହ୍ଣ ପ୍ରାୟ ସାଢେ ୩ଟା ସମୟରେ ଏହି ଘଟଣା ଘଟିଛି।

Leave A Reply

Your email address will not be published.